|
logo
Live

Argus News - ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ 

Odisha

ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ 

ସୁବର୍ଣ୍ଣପୁର: ଆଜି ଠାରୁ ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ । ଉଦ୍‌ଘାଟନୀ ସମାରୋହରେ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ପୌରାଧକ୍ଷା ତାମସି ତାମସ୍ମିତା ନାଏକ, ଏସପି ଅମରେଶ ପଣ୍ଡା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ । ଏଥର ନୂଆ ରୂପରେ ଜମିବ ଜାତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ ଟର୍ଫ ପିଚ୍‌ରେ ୨୮ ତାରିଖ ଯାଏଁ ଦେଶର ବହୁ ସୁନାମଧନ୍ୟ ଦଳ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ ଧୁମ ଦେଖାଇବେ ।

ପଶ୍ଚିମବଙ୍ଗ, ନାଗପୁର, ରାଞ୍ଚି, ଦିଲ୍ଲୀ ଭଳି ୯ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ବିଜୟୀ ଦଳକୁ ୮୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କାର ପୁରସ୍କାର ଟଁକା  ଦିଆଯିବ । ଆଜି ପ୍ରଥମ ମ୍ୟାଚ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ହୋଇଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ t-20 ଓ t-10 ଫର୍ମାଟ ରେ ହେବ । ତେବେ ସୁନ୍ଦରଗଡ଼ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।  

ଅଧିକ ପଢନ୍ତୁ  ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ  | Argus English