ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ହେବ ଅନୁଷ୍ଠିତ
·2 years ago

ଅର୍ଗସ ବ୍ୟୁରୋ: ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ | ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ। ଆଜି ଏହାର ୧୮ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ବିଶେଷ୍ୱର ଟୁଡୁଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: