ଗିରଫକୁ ଖାତିର କରୁନାହାନ୍ତି ଦଲାଲ, ବେଆଇନ ଭାବେ ଚାଲିଛି ଶ୍ରମିକ ଚୋରା ଚାଲାଣ

ବଲାଙ୍ଗିର: ପୁଣି 10 ଦାଦନଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ । ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଓ ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ । ତେବେ ଏହାର ସୁଯୋଗ ନେଇ ବେଆଇନ ଭାବେ ଶ୍ରମିକମାନଙ୍କୁ ଚୋରା ଚାଲାଣ କରି ବାରମ୍ବାର ପୋଲିସ ହାତରେ ଧରା ପଡି ଜେଲ ଯାଉଥିଲେ ବି ତାହା ଥମି ବାରେ ନା ଧରୁ ନାହିଁ ।
ଗତକାଲି ମଧ୍ୟ ରାତ୍ରିରେ କିଛି ଶ୍ରମିକଙ୍କୁ ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲିର ଦୁଇ ଜଣ ସର୍ଦ୍ଦାର ତେଲେଙ୍ଗାନା ବାହାର ରାଜ୍ୟକୁ ଏକ ଦାମୀ କାର ସାହାଯ୍ୟରେ ନେଉଥିବା ବେଳେ ପୋଲିସ ଖବର ପାଇଥିଲା । ହରିଶଙ୍କର ଛକନିକଟରେ ଅତର୍କିତ ଚଢ଼ାଉ କରି ବୋଲେରୋରୁ 10 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଦୁଇ ଦଲାଲଙ୍କୁ ବାନ୍ଧିଛି ପୋଲିସ ।
📱 Get Argus News App
✨ଉକ୍ତ ଦୁଇଜଣଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରି ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇଦେଇଛନ୍ତି । ବାରମ୍ବାର ଖପ୍ରାଖୋଲ ଅଞ୍ଚଳରେ ପୋଲିସ ଚଢ଼ାଉ କରୁଥିଲେ ହେ ଦାଦନ ସର୍ଦାର ମାନେ ଶ୍ରମିକ ଚାଲାଣ ଥମିବାରେ ନା ଧରୁ ନାହାନ୍ତି ।
ଦାଦନ ଚାଲାଣ ରୋକିବା ପାଇଁ ଗତ ମାସରେ ଲାଠୋର ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଭାବେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତଥାପି ଦାଦନ ଚାଲାଣ କମିବାରେ ନା ଧରୁ ନାହିଁ ।