Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 20 ହଜାର ପିଲାଙ୍କ ସହ ସାଙ୍ଘାତିକ ଖେଳ

Odisha

20 ହଜାର ପିଲାଙ୍କ ସହ ସାଙ୍ଘାତିକ ଖେଳ

Smruti Parija
Browse all articles by Smruti Parija
·2 years ago·2 min read
20 ହଜାର ପିଲାଙ୍କ ସହ ସାଙ୍ଘାତିକ ଖେଳ

Key Points

  • 20 ହଜାର ପିଲାଙ୍କ ସହ ସାଙ୍ଘାତିକ ଖେଳ
  • ନବୀନ ସରକାରରେ ହଇରାଣ ହେଉଛନ୍ତି ପିଲା
  • ବେଫିକର ସରକାର, ବେଫିକର ନବୀନ ବାବୁ
  • ପ୍ରଥମେ ପିଲାଙ୍କ ସହ ଖେଳ ଖେଳିଲେ
  • ଏବେ ଶିକ୍ଷଙ୍କ ନିଯୁକ୍ତି ସହ ଖେଳ
     

ଅର୍ଗସ ବ୍ୟୁରୋ: ଶିକ୍ଷା ସର୍ବାଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର ।  ଆମେ ଦେଖିଥିଲେ ପୂର୍ବରୁ କେଉଁଠି ସ୍କୁଲ ନାହିଁ ତ କେଉଁଠି ରାସ୍ତା ନାହିଁ ଶିକ୍ଷାନୁଷ୍ଠାକୁ । ଆଉ ବିକାର ଦ୍ୱାହି ଦେଇ 5ଟି କଲେ ରାଜ୍ୟ ସରକାର । ହେଲେ 4 ଦିନ ହେଲାଣି, କନିଷ୍ଠ ଶିକ୍ଷକ ନିଯୁକ୍ତିରେ ମାହାଲ ମାଣ୍ଡାର ପ୍ରବେଶ ହୋଇଥିବାରୁ ରାଜ୍ୟ ରାଜନୀତି ହଏବେ ହଇଚଇ । 

ତେବେ ଏଠି ପ୍ରଶ୍ନ ଏତେ ବଡ ଭୂଲ୍ କେମିତି ହେଲା ?
ଯାହାକୁ ନେଇ ପ୍ରଶ୍ନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶ୍ନର ସଠିକ ଉତ୍ତର ନଦେଇ ପାରି କେନ୍ଦ୍ରକୁ ଦୋଷ ଦେଉଛନ୍ତି ବିଡେଜିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ଯାଜପୁର ବିଧାୟକ ବିବି ଦାସ । 

ତେବେ ଏଠାରେ ପ୍ରଶ୍ନ ରାଜ୍ୟ ସରକାର କହୁଛନ୍ତି ଆମର ସରକାର ସ୍ୱଚ୍ଛ ଆମର ଶାସନ ସ୍ୱଚ୍ଛ । ହେଲେ ଅନିୟମିତତା ଧରାପଡିଗଲେ ଦୋଷ କେନ୍ଦ୍ରର । ଏସବୁ ଘଟଣାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ମିଛ କହି କହି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • 50000 ଶିକ୍ଷକ ପଦ ଖାଲି ଅଛି କିନ୍ତୁ ରାଜ୍ୟ ସରକାର ନିଯୁକ୍ତି ଦେଉନାହାଁନ୍ତି
  • 5T କୁ ପ୍ରୋତ୍ସାହିତ କରାଯାଉଛି, କିନ୍ତୁ ପରୀକ୍ଷାରେ କୌଣସି ଟ୍ରାନ୍ସପେରେନ୍ସି ରହୁନି 
  • OSEPA ହେଉଛି ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରାଜ୍ୟ ସରକାରୀ ୟୁନିଟ୍ ଯାହା ନିଯୁକ୍ତି ବିଜ୍ଞାପନ ଦିଏ 
  • ନିଯୁକ୍ତି ବିଜ୍ଞପ୍ତିରେ CBT ବିଷୟରେ ଉଲ୍ଲେଖ ଅଛି, ଯାହା ଅର୍ଥ ହେଉଛି କମ୍ପ୍ୟୁଟର ଆଧାରିତ ପରୀକ୍ଷା । ହେଲେ ବବି ଦାସ ଅନଲାଇନ୍ ପରୀକ୍ଷା ପାଇଁ EdCIL କୁ ଦାୟୀ କରୁଛନ୍ତି ।
  • ସମଗ୍ର ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦ୍ୱାରା ପାସ୍ ହୋଇଥିବା ଏକ ରିଜୋଲ୍ୟୁସନ୍ ଅନୁଯାୟୀ କରାଯାଇଥିଲା । କେବଳ ଯୋଗ୍ୟତା ମାନଦଣ୍ଡ ହିଁ NCET ରୁ ଆସିଛି ।
  • ଯଦି ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି ତେବେ ଯେଉଁ 24 ହଜାର ଫାଇଲ୍ ରିଜେକ୍ଟ ହୋଇଛି ତାକୁ ନେଇ କଣ କହିବେ ।   
  • ଯଦି ତୁମ ଭାଷାରେ ସବୁ ସମସ୍ୟା ପାଇଁ କେନ୍ଦ୍ର ଦାୟୀ, ତେବେ ତମେ ସ୍ୱୀକାର କରୁଛ ଯେ ତମ ସରକାର ସବୁକିଛି ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ । 
  • ଏହାର ଅର୍ଥ ହେଉଛି, ଆପଣଙ୍କର ସମସ୍ତ ରାଜ୍ୟ ସରକାର ପ୍ରକଳ୍ପଗୁଡିକ କେନ୍ଦ୍ରରୁ ନକଲ କରାଯାଉଛି । ଆପଣଙ୍କ ସରକାର କେବଳ ଲୋଗୋ ଲଗାଉଛନ୍ତି ଏବଂ ଏହା ରାଜ୍ୟ ସରକାରଙ୍କ ଯୋଜନା ବୋଲି ଦର୍ଶାଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ଗୋଟିଏ ପଟେ ନିଯୁକ୍ତିରେ ହେରଫେର୍ ଅଭିଯୋଗ, ଅନ୍ୟପଟେ ପ୍ରଶ୍ନପତ୍ରକୁ ନେଇ ପୁଣି ଦେଖା ଦେଇଛି କେଁ । ଦୁଇଟି ସେଟରେ ପ୍ରଶ୍ନ ସମାନ ଅଛି କିନ୍ତୁ ଉତ୍ତର ଭିନ୍ନ ଭିନ୍ନ । ଏହା ସମ୍ଭବ କେମିତି ? ବଡ ହେରଫେର୍ ଅଭିଯୋଗ ଆଣିବା ସହ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶହ ଶହ ଆଶାୟୀ ଶିକ୍ଷକ ।

ସେପଟେ କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ୨୪ ଜାନୁଆରୀ ପର୍ଯ୍ୟନ୍ତ ପରବର୍ତ୍ତୀ ଶୁଣାଣି ନହେବା ଯାଏ ଚୁଡାନ୍ତ ନିଯୁକ୍ତି ଦେଇପାରିବେନି ରାଜ୍ୟ ସରକାର । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
teacher-recruitment-scam-union-minister-dharmendra-pradhan-attack-on-odisha-govt | Argus English