|
logo
Live

Argus News - ଆମେ ପଢ଼ିବାକୁ ଚାହୁଁଛୁ: ଛାତ୍ରଛାତ୍ରୀ

Odisha

ଆମେ ପଢ଼ିବାକୁ ଚାହୁଁଛୁ: ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆମେ ପଢ଼ିବାକୁ ଚାହୁଁଛୁ: ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ତୁମ ଡ୍ରେସ୍ ନିଅ, ଆମକୁ ଶିକ୍ଷକ ଦିଅ । ତୁମ ଖାଇବା ନିଅ, ଆମକୁ ପିଅନ ଦିଅ । ଆମକୁ ଶିକ୍ଷା ଦରକାର। ଆମେ ପଢ଼ିବାକୁ ଚାହୁଁଛୁ। ରାଜ୍ୟ ସରକାରଙ୍କୁ ଏଭଳି କହି ହକ୍ ପାଇଁ ଅଭିନବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ନିଜେ ପିନ୍ଧିଥିବା ସ୍କୁଲ୍ ୟୁନିଫର୍ମକୁ ବିଦ୍ୟାଳୟ ପରିସରରେ ଫିଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ଅଫିସରେ ତାଲା ପକାଇଛନ୍ତି । ଆଉ ନିଜର ଦାବି ରଖିଛନ୍ତି।କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଦକ୍ଷିଣଶ୍ବର ହାଇସ୍କୁଲରୁ ଆସିଛି ଛାତ୍ରଛାତ୍ରୀ ଅସନ୍ତୋଷର ଚିତ୍ର ।

ଏହି ବିଦ୍ୟାଳୟରେ 6ଟି ଶ୍ରେଣୀରେ 300ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ମାତ୍ର 8 ଜଣ । ଜଣେ ମାତ୍ର ପିଅନ ଥିବାବେଳେ କିରାଣୀ ନାହାନ୍ତି । ଗୋଟେ ଶ୍ରେଣୀରେ ସେକ୍ସନ୍ ନଥିବାରୁ 120 ଛାତ୍ରଛାତ୍ରୀ ବସୁଛନ୍ତି । ଯାହାକୁ ନେଇ ପ୍ରତିବାଦ ଓ ନାରାବାଜି l ଆଜିର ଶିଶୁ କାଲିର ଭବିଷ୍ୟତର ନାରା ଦେଉଛନ୍ତି ରାଜ୍ୟ ସରକାର। ଶିଶୁଟିଏ ପଢ଼ିଲେ ସମାଜରେ ଶିକ୍ଷାର ମାନବୃଦ୍ଧି ହେବ। ସବୁ ସ୍କୁଲରେ ଉପଯୁକ୍ତ ଶିକ୍ଷକ ଯୋଗାଇ ଦେବାର କଥା ମଧ୍ୟ କୁହାଯାଉଛି। ହେଲେ ଏଠି ସବୁ ଫେଲ ମାରିଛି। ସବୁ କିଛି କାଣିର ଗାର ।

ଏ କେଉଁ ରlଜନୈତିକ ପ୍ରତିବାଦ ନୁହେଁ l ଛାତ୍ର ଛାତ୍ରୀ ଓ ଅଭିଭାବକ ସେମାନଙ୍କ ହକ ପାଇଁ ପ୍ରତିବାଦ କରୁଛନ୍ତି l ଯେଉଁ ବୟସରେ ଛାତ୍ରଛାତ୍ରୀମାନେ ପାଠପଢ଼ିବା କଥା ସେହି ବୟସରେ ରାସ୍ତା ଉପରେ ବସିଛନ୍ତି। ସେମାନଙ୍କ ଦାବିକୁ ସରକାର ଶୁଣି ନିଅନ୍ତୁ। ଆଉ ଯଦି ନଶୁଣନ୍ତି ତେବେ ଏହା ଆଗାମୀ ଦିନରେ ତିବ୍ର ହେବାର ସମ୍ଭାବନା। ଆଉ ଏହି ବିକ୍ଷୋଭକୁ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
ଆମେ ପଢ଼ିବାକୁ ଚାହୁଁଛୁ: ଛାତ୍ରଛାତ୍ରୀ | Argus English