Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସିମୁଳିଆ ବିଡିଓଙ୍କ ମୃତ୍ୟୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ, ଉଚ୍ଚସ୍ତରୀୟ ତଦନ୍ତ ଦାବି

Odisha

ସିମୁଳିଆ ବିଡିଓଙ୍କ ମୃତ୍ୟୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ, ଉଚ୍ଚସ୍ତରୀୟ ତଦନ୍ତ ଦାବି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସିମୁଳିଆ ବିଡିଓଙ୍କ ମୃତ୍ୟୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ମୃତ୍ୟୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। କାମର ଚାପ ନା ପଲିଟିକାଲ୍ ପ୍ରେସର । ମୃତ ବିଶ୍ୱରଞ୍ଜନଙ୍କ ଉପରେ ଚାପ ଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେପଟେ ସ୍ଥାନୀୟ ବିଜେପି କହିଛି ରାଜନୈତିକ ଚାପରେ ଥିଲେ ବିଡିଓ। ଏ ମାମଲାରେ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କ ଉପରକୁ ଉଠିଛି ଆଙ୍ଗୁଳି, ଯିଏ କି ସ୍ଥାନୀୟ ବିଜେଡି ବିଧାୟକଙ୍କ ଖାସ୍।

ପ୍ରେସମିଟ କରି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଶାସକ ଦଳର ସ୍ଥାନୀୟ ବିଧାୟକଙ୍କ ଚାପରେ ବିଡିଓ ଆତ୍ମହତ୍ୟା କରିଥିବା କହିଛନ୍ତି ସିମୁଳିଆର ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ପଣ୍ଡା ।  ଆତ୍ମହତ୍ୟା ପଛରେ ସିମୁଳିଆ ବ୍ଲକ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କ ସମୃକ୍ତି ଥିବା ଅଭିଯୋଗ ହୋଇଛି । ଜିପିଓଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ । ଏହାସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspense over Simulia BDO Death | Argus English