Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଉଳ ଚୋରାଇ ନେଉଥିବାବେଳେ ଯୋଗାଣ ସହାୟକଙ୍କୁ ଗ୍ରାମବାସୀଙ୍କ ଅଟକ

Odisha

ଚାଉଳ ଚୋରାଇ ନେଉଥିବାବେଳେ ଯୋଗାଣ ସହାୟକଙ୍କୁ ଗ୍ରାମବାସୀଙ୍କ ଅଟକ

Smruti Parija
Browse all articles by Smruti Parija
·2 years ago·1 min read
ଚାଉଳ ଚୋରାଇ ନେଉଥିବାବେଳେ ଯୋଗାଣ ସହାୟକଙ୍କୁ ଗ୍ରାମବାସୀଙ୍କ ଅଟକ

ମୟୂରଭଞ୍ଜ: ପଞ୍ଚାୟତ ଅଫିସରୁ ଚାଉଳ ଚୋରାଇ ନେଇ ଯାଉଥିବାବେଳେ ଯୋଗାଣ ସହାୟକଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ବାଉଁଶବିଲା ପଞ୍ଚାୟତ ନିକଟରେ । ଅଟକ ଯୋଗାଣ ସହାୟକ ହେଲେ  ଯଶୋବନ୍ତ ବାରିକ । ଘଟଣା ମୁତାବକ ଆଜି ସକାଳୁ ଅଫିସ ଗୋଦାମ ଖୋଲି ୬୦ କି:ଗ୍ରା ଚାଉଳ ମଟରସାଇକେଲ ଯୋଗେ ନେଇ ଯାଉଥିବାବେଳେ ଗ୍ରାମବାସୀମାନେ ଜାଣିପାରି ଯୋଗାଣ ସହାୟକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । 

ତେବେ ତାଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଗ୍ରାମବାସୀ ତାଙ୍କୁ ଅଟକ ରଖି ସ୍ଥାନୀୟ ବିଡ଼ିଓ , ଜନପ୍ରତିନିଧି ଓ ପୁଲିସକୁ ଖବର ଦେଇଥିଲେ । ପୂର୍ବରୁ ମଧ୍ୟ ୪-୫ ଥର  ଚାଉଳ ଚୋରି କରିଥିବା ନେଇ ଗ୍ରାମବାସୀ ଆଗରୁ ଜାଣିଥିଲେ । ପଞ୍ଚାୟତର ଅକ୍ଷମ, ଭୋକିଲା ହୀତାଧିକାରୀ ପ୍ରଦାନ କରିବା ନିୟମ ଥିବା ସତ୍ତ୍ୱେ ସେମାନେ ମାଗିଲେ ମଧ୍ୟ ତାଙ୍କୁ ଚାଉଳ ପ୍ରଦାନ କରୁନଥିବାବେଳେ କିପରି ନିଜେ ଏତେ ଚାଉଳ ଚାଲାଣ କରୁଥିଲେ ତାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ତେବେ ଯୋଗାଣ ସହାୟକ ୩୦ କିଲୋ ଚାଉଳ ଜଣେ ହୀତାଧିକାରୀଙ୍କୁ ପ୍ରଦାନ କରିବାକୁ ଇସ୍ୟୁ କରିଥିବାବେଳେ ଅଧିକ ୩୦ କିଲୋ ଚାଉଳ ନେଉଥିବା ନେଇ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଘଟଣାସ୍ଥଳରେ ବାରିପଦା ସଦର ପୋଲିସ ପହଞ୍ଚି ଅଭିଯୁକ୍ତ ଯୋଗାଣ ସହାୟକଙ୍କୁ ଥାନା ଆଣି ତଦନ୍ତ ଜାରି ରଖିଛି । ତେବେ ଏଭଳି ଦୁର୍ନୀତିଖୋର ଯୋଗାଣ ସହାୟକଙ୍କୁ ପଞ୍ଚାୟତରୁ ବିଦା କରି ନୂତନ କର୍ମଚାରୀ ରଖିବା ଏବଂ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର... 
 

Argus Whatsapp Channel Mobile Top
Sponsored
Supply assistants are detained by villagers while stealing rice-in-mayurbhanj | Argus English