Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିସି ପାଇଁ ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ଅଭିଯୋଗ

Odisha

ପିସି ପାଇଁ ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପିସି ପାଇଁ ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ସିମୁଳିଆ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ସପ୍ତାହ ପରେ ବି ହଟିନି ସସପେନ୍ସ। ଏବେ ବିଧାୟକ ଓ ଜିପିଓଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପିସି ଯୋଗାଡରେ ଫେଲ୍ ହୋଇଥିବା ବିଡିଓଙ୍କ ହେଉଛି ବଦଳି। ଚାପ୍ ସହିନପାରିଲେ ଆତ୍ମହତ୍ୟା କରିଛନ୍ତି ବିଡିଓ ବିଶ୍ବରଞ୍ଜନ ।  ଏ କାମରେ ଜିପିଓ ବିଧାୟକଙ୍କ ବଚସ୍କର ସାଜିଥିବା ଅଭିଯୋଗ। ସେଥିପାଇଁ ଗତ ୧୬ ମାସ ଭିତରେ ୪ ଜଣ ବିଡିଓଙ୍କ ବଦଳି ହୋଇଛି । କିନ୍ତୁ ୮ ବର୍ଷ ହେଲା ସିମୁଳିଆ ବ୍ଲକରେ ରାଜ୍ କରୁଛନ୍ତି ଜିପିଓ ମୃତ୍ୟୁଞ୍ଜୟ ନାୟକ।

ଗତ ୧୧ତାରିଖ ସନ୍ଧ୍ୟାରେ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ବଡ କଥା ହେଉଛି ଘଟଣା ଦିନ କାହିଁକି ଅଧାରୁ ଅଫିସ ଛାଡି ଚାଲି ଆସିଥିଲେ ବିଡିଓ ? ଜିପିଓଙ୍କ ସହ ଅଫିସରେ କଣ କଥା ହୋଇଥିଲେ ବିଡିଓ ? ତଦନ୍ତ ନେଇ କାହିଁକି ଚୁପ୍ ଜିଲ୍ଲାପାଳ ? ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମୁହଁରେ କାହିଁକି ତୁଣ୍ଡି ?

ସିମୁଳିଆ ପୋଲିସ ବିଡ଼ିଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଫାଇଲ, କାଗଜପତ୍ର ଏବଂ ସିସିଟିଭି ଯାଞ୍ଚ କରିବା ସହିତ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କୁ ଥାନାରେ ପଚରାଉଚରା କରି ଛାଡିଦେଇଥିବା ସୂଚନା ମିଳିଛି। ବଡ ପ୍ରଶ୍ନ, ସିମୁଳିଆ ବ୍ଲକରେ ବିଡିଓ ବାରମ୍ବାର ବଦଳୁଥିବା ବେଳେ ଜିପିଓଙ୍କ ବଦଳି ହେଲାନାହିଁ କେମିତି ? ବିଡିଓଙ୍କ ଉପରେ ପିସି ପାଇଁ ଚାପ ପକାଯାଉଥିବା ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିବେ କି ବିଧାୟକ ଜ୍ୟୋତିପ୍ରକାଶ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Suicide Allegation for PC | Argus English