|
logo
Live

Argus News - ପ୍ରଥମ ପ୍ରୟାସରେ ସଫଳତା, ପାଇଲେ ଓଜେଏସ

Odisha

ପ୍ରଥମ ପ୍ରୟାସରେ ସଫଳତା, ପାଇଲେ ଓଜେଏସ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଥମ ପ୍ରୟାସରେ ସଫଳତା, ପାଇଲେ ଓଜେଏସ

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଥିବା ଓଡିଶା ନ୍ୟାୟ ପାଳିକା ସେବା ୨୦୨୨ର ଫଳାଫଳରେ ବାଲିପାଟଣା କିଆଯୋଡ଼ି ଗ୍ରାମର ଝିଅ ଦୀକ୍ଷା ରାଉତରାୟ ସଫଳତା ଲାଭ କରି ୧୯ ସ୍ଥାନ ଅଧିକାର କରିଛନ୍ତି । ଦୀକ୍ଷା ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ ହୋଇଛନ୍ତି । ପିଲାଦିନରୁ ଦୀକ୍ଷା ଅତ୍ୟନ୍ତ ମେଧାବୀ ଓ ଜଣେ ନିଷ୍ଠାପର ଛାତ୍ରୀ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲିପାଟଣା ବାଗଦେବୀ ମନ୍ଦିରରେ ସେ ପାଠ ପଢିବା ବେଳେ ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଜଣାପଡିଥିଲା । ସେ କହିଛନ୍ତି ପ୍ରାଥମିକ ଶିକ୍ଷାର ପ୍ରଭାବ ଭବିଷ୍ୟତରେ ପରିଲିକ୍ଷିତ ହୋଇଛି । ବାଗଦେବୀ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଅନ୍ୟପଟେ ଏହି ବ୍ଲକ ଭାକର ସାହିର ଅପର୍ଣ୍ଣା ସାହୁ ମଧ୍ୟ ୩୧ନଂ ସ୍ଥାନ ଅଧିକାର କରିଛନ୍ତି । ଉଭୟଙ୍କ ସଫଳତା ଅଞ୍ଚଳବାସୀଙ୍କୁ ଗୌରବାନ୍ୱିତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରଥମ ପ୍ରୟାସରେ ସଫଳତା, ପାଇଲେ ଓଜେଏସ | Argus English