Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତରେ କମୋଡ୍ ଧରି ସିଏମସି କାର୍ଯ୍ୟାଳୟ ସାମ୍ନାରେ ସୁଭାଷ ସଂଗଠନର ପ୍ରତିବାଦ

Odisha

ହାତରେ କମୋଡ୍ ଧରି ସିଏମସି କାର୍ଯ୍ୟାଳୟ ସାମ୍ନାରେ ସୁଭାଷ ସଂଗଠନର ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago·1 min read
ହାତରେ କମୋଡ୍ ଧରି ସିଏମସି କାର୍ଯ୍ୟାଳୟ ସାମ୍ନାରେ ସୁଭାଷ ସଂଗଠନର ପ୍ରତିବାଦ

ଅର୍ଗସ ବ୍ୟୁରୋ : ହାତରେ କମୋଡ଼ ଧରି ସିଏମସି କାର୍ଯ୍ୟଳୟ ସାମ୍ନାରେ ପ୍ରତିବାଦ । ସହରରେ ଦୀର୍ଘଦିନ ଧରି ଶୌଚାଳୟ ବନ୍ଦ ପଡ଼ିଥିବାରୁ ଏଭଳି ଅଭିନବ ପ୍ରତିବାଦ କରିଛି ସୁବାଷ ସଂଗଠନ । ହକି ବିଶ୍ବକପ୍ ସମୟରେ କଟକର ରିଙ୍ଗ ରୋଡରେ ୪ଟି ଶୌଚାଳୟ ନିର୍ମାଣ ହୋଇଥିଲା । ଯାହାର ବ୍ୟୟ ଅଟକଳ ରହିଥିଲା ଏକ କୋଟି ଟଙ୍କା । ହେଲେ ନିର୍ମାଣର ବର୍ଷେ ପୁରିବାକୁ ବସିଲାଣି ମାତ୍ର ଏଯାବତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନି । ଆଗକୁ ବାଲିଯାତ୍ରା ଆସୁଛି । ସେହି ସମୟରେ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ତେଣୁ ପରିମଳ ବ୍ୟବସ୍ଥାରୁ ଦୃଷ୍ଟିରେ ରଖି ଶୌଚାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି ସଂଗଠନ ।

ଅଧିକ ପଢନ୍ତୁ ଅଡ଼ିଶା ଖବର

ନିର୍ମାଣ ହୋଇଥିବା ଶୌଚାଳୟ ଖୋଲିବା ପାଇଁ ପୂର୍ବରୁ ସଂଗଠନ ପକ୍ଷରୁ ବାଲଟି ମଗ ଅଭିଯାନ, ଏହାପରେ ବାସ୍ତୁପୂଜା ମଧ୍ୟ କରିଥିଲା ସୁଭାଷ ସଙ୍ଗଠନ । ହେଲେ ଦୁର୍ଭାଗ୍ୟର ବିଷୟ ଏହି ଦିଗରେ ସିଏମସି ତିଳେମାତ୍ର କର୍ଣ୍ଣପାତ କରିନାହିଁ । ତେଣୁ ଏନେଇ ଆଜି  ସିଏମସି କମିଶନର ଏବଂ ମେୟରଙ୍କୁ କମୋଡ଼ ଭେଟି ଦେବା ପାଇଁ ଯାଉଥିଲେ ସୁଭାଷ ସଙ୍ଗଠନର ସଦସ୍ୟ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ସିଏମସି ମେୟର ଏହି ଆନ୍ଦୋଳନର ଉଦ୍ଦେଶ୍ୟ ବ୍ୟକ୍ତିଗତ ପରିଚୟ ସୃଷ୍ଟି ବୋଲି କହିଛନ୍ତି । ଏହାସହ ଯେଉଁ ଶୌଚାଳୟ ନିର୍ମାଣ ହେଉଛି ତାହାର କାର୍ଯ୍ୟ ଶେଷ ହୋଇନାହିଁ ଖୁବଶୀଘ୍ର କାମ ଶେଷ ହେବା ପରେ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ। ତେବେ କେତେ ବର୍ଷ ପରେ ଏହି ଶୌଚାଳୟର କାମ ସରିବ ଏବଂ ଏହା କାର୍ଯ୍ୟକ୍ଷମ ହେବ ଦେଖିବାକୁ ବାକି ରହିଲା । 
 

Sponsored
Subhash organization protests in front of CMC office with commode in hand | Argus English