ସୁବର୍ଣ୍ଣପୁରରେ ମର୍ମନ୍ତୁତ ଦୁର୍ଘଟଣା, ବାପ-ପୁଅଙ୍କ ଉପରେ ଚଢ଼ିଗଲା ହାଇୱା
·2 years ago·1 min read

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ ସ୍କୁଟି ଆରୋହିକୁ ଚାପି ଦେଇ ଫେରାର । ତେବେ ଫେରାର ମାରିବାବେଲ ସ୍କୁଟି ହଇୱାର ଚକାରେ ଲାଗି ଯାଇଥିଲା । ଫଳରେ ଗୋଟିଏ କିମି ଗଲା ପରେ ରାସ୍ତାରେ ଜଳିଗଲା ହାଇୱା । ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ହାଇୱାରେ ନିଆଁ ଲାଗି ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ସେପଟେ ବ୍ଲକ ଛକରେ ଚାପା ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: