ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ପାଇଁ ଧାରଣାରେ ବସିଲେ ମୂରଲୀଧର
·2 years ago

କଟକ: ଶୁଣିଲେନି ୫ଟି ସଚିବ, ଶୁଣିଲେନି ମୋ ସରକାର । ବାଧ୍ୟ ହୋଇ କଟକ ବଡମ୍ବା ତହସିଲ ଅଫିସ ଆଗରେ ଧାରଣା ଦେଲେ ସ୍ବାଧୀନତା ସଂଗ୍ରାମୀ ମୂରଲୀଧର ପାତ୍ର । ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ପାଇଁ ଧାରଣାରେ ବସିଲେ ମୂରଲୀଧର । ରାଜ୍ୟ ସରକାର, ଜିଲ୍ଲା ଓ ବ୍ଲକ ପ୍ରଶାସନର ଅବହେଳା ପାଇଁ ବୟସର ଅପରାହ୍ନରେ କରିବାକୁ ପଡୁଛି ସଂଘର୍ଷ ।
ଏନେଇ ଦୀର୍ଘ ଦିନରୁ ୫ଟି ସଚିବ, ମୋ ସରକାରଙ୍କୁ ଅବଗତ କରାଇବା ପରେ ବି ମିଳିଲାନି କୌଣସି ସୁଫଳ । ଫଳରେ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ମୂରଲୀଧର ପାତ୍ର । ତେବେ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏଭଳି ଅବହେଳା କରାଯାଉଥିବାରୁ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: