Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାଉଳ କେନ୍ଦ୍ରର, ହେଲେ ନା ନେବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ

Odisha

ଚାଉଳ କେନ୍ଦ୍ରର, ହେଲେ ନା ନେବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ଚାଉଳ କେନ୍ଦ୍ରର, ହେଲେ ନା ନେବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ

ଭୁବନେଶ୍ୱର:  2029 ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ଦେବେ ମୋଦି । ଏଥିରେ ରାଜ୍ୟର ଟଙ୍କାଟିଏ ବି ଦେବାର ନାହିଁ । ହେଲେ ଚାଉଳ ଦେବା ବେଳେ ଡିଲର ମାଧ୍ୟମରେ ନବୀନଙ୍କ ଫଟୋ ଥିବା ବ୍ୟାଗ ଦେବେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏ ଚଞ୍ଚକତାର ପୋଲ ଖୋଲିଥିଲେ ଖୋଦ ଯୋଗାଣ ଅଧିକାରୀ।  ହିତାଧିକାରୀଙ୍କୁ  ଗୋଟିଏ 20 କେଜି ବ୍ୟାଗ ଓ ଆଉ ଗୋଟିଏ 10 କେଜିଆ ଏମିତି 2ଟି ବ୍ୟାଗ ମିଳିବ..
ଜାନୁଆରୀ 20 କିମ୍ବା ଫେବୁଆରୀରୁ ଜାତୀୟ ଖାଦ୍ୟ ସୁରକ୍ଷାର ହିତାଧିକାରୀଙ୍କୁ ବି ମିଳିବ ନବୀନ ବ୍ୟାଗ। ଚାଉଳ କେନ୍ଦ୍ର ଦେଉଥିଲେ  ବି କେବଳ ନିଜ ଫଟୋ ଥିବା ବ୍ୟାଗ ଦେଇ ଶ୍ରେୟ ନେବାକୁ ଯୋଜନା କରିଛନ୍ତି ନବୀନ ସରକାର। ଏହାକୁ ଚଞ୍ଚକତା ବୋଲି କହିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ 3 କୋଟି 26 ଲକ୍ଷ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ପାଉଥିବା ବେଳେ ରାଜ୍ୟ ସରକାର 9 ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦେଉଛନ୍ତି... ହେଲେ ଖବୁଶିଘ୍ର ସମସ୍ତଙ୍କୁ ଚାଉଳ ନେବା ବେଳେ ନବୀନ ବ୍ରାଣ୍ଡ ବ୍ୟାଗ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର..ଶୁଣନ୍ତୁ ସରକାରଙ୍କ ଏ ଯୋଜନାକୁ ନେଇ କଣ କହୁଛନ୍ତି ହିତାଧିକାରୀ  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର  ୮୧.୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି ସରକାର। ଏଥିରେ ଓଡିଶା 3 କୋଟି 26 ଲକ୍ଷ ଲୋକ ଅଛନ୍ତି।

ତେବେ ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ ପଡିଥିବା  9 ଲକ୍ଷଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ମାଗଣା  ଚାଉଳ ଦେଉଛନ୍ତି। ତେବେ ସମସ୍ତଙ୍କୁ ନବୀନଙ୍କ ଚିତ୍ର ଥିବା ବ୍ୟାଗ ଦେଇ ନିର୍ବାଚନ ପୂର୍ବରୁ ଶ୍ରେୟ ନେବାର ବଡ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର।   ପୂର୍ବରୁ ମିଶନ ଶକ୍ତି ନାଁରେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହଡ଼ପ କରୁଥିବା ଅଭିଯୋଗ  ଆସିଥିଲା  ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଷ୍ଟିକରିଂ ବିବାଦ, ଜଳଜବୀନ ମିଶନର ନାଁ ବସୁଧା ଯୋଜନାକୁ ବ୍ରାଣ୍ଡିଂ କରିବା ପରି ଯୋଜନା ହାଇଜାକ ର ଅନେକ ଅଭିଯୋଦ ଆସିଥିଲା ରାଜ୍ୟ ସରକାରଙ୍କ ନାଁରେ ।  ଏବେ ଏଥିରେ ଯୋଡି ହୋଇଛି ମୋଦି ଚାଉଳ ନବୀନ ବ୍ୟାଗ ବିବାଦ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government's new move to take rice from the centre | Argus English