Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ସମୟ ଲୋଡିଲେ ରାଜ୍ୟ ସରକାର

Odisha

ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ସମୟ ଲୋଡିଲେ ରାଜ୍ୟ ସରକାର

Smruti Parija
Browse all articles by Smruti Parija
·2 years ago·1 min read
ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ସମୟ ଲୋଡିଲେ ରାଜ୍ୟ ସରକାର

କଟକ: ପରିକ୍ରମା ପ୍ରକଳ୍ପକୁ ଗୁରୁତ୍ବ ଦେଲେ ଅଥଚ ରତ୍ନଭଣ୍ଡାର ପ୍ରସଙ୍ଗରେ ସମୟ ମାଗିଲେ ରାଜ୍ୟ ସରକାର । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ଆହୁରି ଦୁଇ ରୁ ତିନି ଦିନର ସମୟ ଲୋଡ଼ିଛନ୍ତି ରାଜ୍ୟ ସରକାର ।  ଏଥିପାଇଁ କୋର୍ଟ ମଧ୍ୟ ସରକାରଙ୍କୁ ମହଲତ ଦେଇଛନ୍ତି । ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । 

ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୁପ ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜୁଲାଇ ୦୧, ୨୦୨୩ ରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ସ୍ଥିତି ସମ୍ପର୍କରେ ଜଣେଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେତେବେଳେ ରାଜ୍ୟ ସରକାର ଅଧିକ ସମୟ ନେଇଥିଲେ । 

ଏହା ପରେ ହୋଇଥିବା ପ୍ରତ୍ୟେକ ଶୁଣାଣୀ ସମୟରେ ରାଜ୍ୟ ସରକାର ସମୟ ଲୋଡ଼ି ଚାଲିଥିଲେ । ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ତତ୍ପରତା ଦେଖାଇଥିବା ସରକାର କାହିଁକି ରତ୍ନଭଣ୍ଡାର ପ୍ରସଙ୍ଗରେ ସମୟ ଗଡ଼ାଉଛନ୍ତି ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Education Next Season 5
Sponsored
state government sought-more time to make public the Justice Raghubir Das Commission of Inquiry report | Argus English