Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Odisha

ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Ritu Das
Browse all articles by Ritu Das
·2 years ago
ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଅର୍ଗସ ବ୍ୟୁରୋ: ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ପୋଲିସ ପ୍ରଶାସକ ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପି ଶୋକ ପ୍ରକାଶ କରିଛି। ସ୍ୱର୍ଗତ ସାହୁ ରାଜନୀତିରେ ଯୋଗ ଦେଇ ବିଜେପିରୁ ସାଂସଦଭାବେ ନିର୍ବାଚିତ ହୋଇ ସୁନାମ ଅର୍ଜନ କରିଥିଲେ । ଏପରିକି ଦକ୍ଷ ପୋଲିସ ଅଫିସରଭାବେ ଲୋକପ୍ରିୟତା ହାସଲ କରିଥିଲେ ।  ସ୍ୱର୍ଗତ ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି। 

ସ୍ବର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State BJP mourns | Argus English