Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି 

Odisha

 IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି 

Manini Pattanayak
Browse all articles by Manini Pattanayak
·2 years ago·2 min read
 IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି 

ଭୁବନେଶ୍ୱର:  IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ଆନୁମାନିକ ଭାବେ ୫ ସହ ରୁ ଅଧିକ କଳାଟଙ୍କା  ଜବତ ହେଲାଣି । ଯାହାକି ଓଡ଼ିଶା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖାନ୍ତୁ ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ଗୋଇନ୍ଦା ସଂସ୍ଥା ତଥା ଗୃହ ବିଭାଗ ଫେଲ ମାରିଛି ବୋଲି ସ୍ବୀକାର କରନ୍ତୁ । ଯଦି କୌଣସି ବିଜେପି ନେତାଙ୍କ ସଂପୃକ୍ତି ଅଛି ବୋଲି ବିଜେଡି କହୁଛି ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗୁଇନ୍ଦା ସଂସ୍ଥା ମିଶି ଏହାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଏହି କଳା ସାମ୍ରାଜ୍ୟ ବିଷୟରେ କେନ୍ଦ୍ର ସରକାର ଜାଣିଛନ୍ତି ହେଲେ ରାଜ୍ୟ ସରକାର ଏହା ବିଷୟରେ ଜାଣିନାହାନ୍ତି ।

ଏହା କିପରି ସମ୍ଭବ ? ଓଡ଼ିଶାର ଗୁଇନ୍ଦା ସଂସ୍ଥା ବା ଗୃହ ବିଭାଗ ଆଉ EOW ପାଖକୁ ଏ ବିଷୟରେ ଖବର ଆସିଲେନି କେମିତି ? ଏହି କଳା ସାମ୍ରାଜ୍ୟ ଓଡ଼ିଶା ସରକାରଙ୍କ ସହାୟତାରେ ଚାଲିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି , ନବୀନ ପଟ୍ଟନାୟକ ଏହାକୁ ନେଇ କୌଣସି ସ୍ପଷ୍ଟତା ଆଣିନାହାନ୍ତି କାହିଁକି ? ଏତେ ଟଙ୍କା ଗୋଟେ ଜାଗାରୁ ବାହାରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ । ବାର୍ଷିକ ୧୨୦ କୋଟି ଟଙ୍କା ର ବ୍ୟବସାୟ କରୁଥିବା କମ୍ପାନୀରୁ ୫୦୦ କୋଟି ବାହାରିବ କେମିତି ? ଓଡ଼ିଶା ଓ ଝାଡ଼ଖଣ୍ଡ ସେମାନଙ୍କ ପାଇଁ ସୁରକ୍ଷିତ ଜାଗା ଥିଲା । ସାହୁ ବ୍ରଦର୍ଶ ଆଣ୍ଡ କମ୍ପାନୀ ରେ ରାଜ୍ୟସରକାର ଙ୍କ କଣ ଲିଙ୍କ ରହିଛି ? ରାଜ୍ୟ ସରକାର ମଦ ସାମ୍ରାଜ୍ୟ ଠାରୁ ପଇସା ନାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବହୁ ମନ୍ତ୍ରୀ ଏବେ ବିବାଦ ଘେରରେ । ସରକାରୀ ଦଳର ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ସୁରକ୍ଷିତ ରହିଥିଲା । ଏହାକୁ ନେଇ କେନ୍ଦ୍ର କୌଣସି ପ୍ରକାରର ସାଲିସ କରିବନି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
State BJP demands CBI investigation into IT raids | Argus English