ଏଠି ନେତା ମନ୍ତ୍ରୀ ସମସ୍ତେ ଚୁପ୍: ସୌମ୍ୟରଞ୍ଜନ

ଅର୍ଗସ ବ୍ୟୁରୋ: ପୁଣି ବିଷ ଓଗାଳିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କୁଜଙ୍ଗ ରାହାମା ସରକାରୀ ହାଇସ୍କୁଲ୍ ସୁବର୍ଣ୍ଣ ଜୟନ୍ତୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ । ସେ କହିଛନ୍ତି, ଏଠି ନେତା ମନ୍ତ୍ରୀ ସମସ୍ତେ ଚୁପ୍ । କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ । ସମସ୍ତ ନେତା ଏଠି କୁପ ମଣ୍ଡୁକ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପାଇଁ କେହି ନାହାନ୍ତି । ଯଦି ଆମେ କାହାକୁ ପ୍ରଶ୍ନ କରିପାରିବା ନାହିଁ ତାକୁ ନେଇ ନୂଆ ଓଡ଼ିଶା ଗଠନ କରିହେବ ନାହିଁ । ସେହିପରି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ ।
ସେ କହିଛନ୍ତି, ଶିକ୍ଷାକ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆଶା କରାଯାଉଛି, ତାହା ଶତକଡାରେ ଶହେ ବୋଲି କହି ହେବନି । ଖାଲି 5T ସ୍କୁଲ୍ ବୋଲି କହିଦେଲେ ଭଲ ସ୍କୁଲ୍ ହୁଏ ନାହିଁ । ଶିକ୍ଷକମାନଙ୍କ କଥା ବୁଝୁନାହାନ୍ତି । ସେମାନେ ନିଜ ହକ୍ ପାଇଁ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ବସୁଛନ୍ତି । ବର୍ତ୍ତମାନ ଓଡ଼ିଆ ଭାଷା ସମେତ ଅନେକ ଭାଷା ସୁରକ୍ଷିତ ନାହିଁ । ନେତା ପ୍ରଶାସକ ଓଡ଼ିଆ ଭାଷାକୁ ଅନାଦର କରୁଛନ୍ତି ।.. ଯଦି ମୋତେ ଥରେ କ୍ଷମତା ଦିଆଯିବ ମୁଁ ସବୁ ବେସରକାରୀ ସ୍କୁଲକୁ ବନ୍ଦ କରିଦେବି । ଆଜିକାଲି ନେତାମାନେ ଲୋକଙ୍କ ଅଭାବୀ ପୂରଣ କରି ତାଙ୍କର ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୌମ୍ୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: