Videos
|
Odisha

ମା'କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା, ପୁଅ ଗିରଫ

Smruti Parija
Browse all articles by Smruti Parija
·2 years ago·1 min read
ମା'କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା, ପୁଅ ଗିରଫ

କେନ୍ଦୁଝର: ସାମାନ୍ୟ ଗୋଟିଏ କୋବି ପାଇଁ ଚମ୍ପୁଆ ଥାନା ସରାଶପଶିରେ ଜନ୍ମ କଲା ମା'କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆଜି ଚମ୍ପୁଆ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ କେସ ନଂ ୨୨୬/୨୩ ରେ ଏକ ମାମଲା  ରୁଜ୍ଜୁ କରିବା ସହ ଦଫା ୩୪୧,୩୪୨ ଓ ୨୯୪ ଆଇ ପି ସି ରେ ଅଭିଯୁକ୍ତ ପୁଅ ଶତୃଘ୍ନ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଥିବା ଚମ୍ପୁଆ ପୋଲିସ୍ ସୂଚନା ଦେଇଛି । 

ତେବେ ପୀଡ଼ିତା ବୃଦ୍ଧାଙ୍କୁ ମେଡ଼ିକାଲରେ ନର୍ସ ଓ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କ ବୋହୂ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲେ ହେଁ ଏନେଇ ପୋଲିସ୍ ବୋହୂଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । 

ଗତ ବୁଧବାର, ଶତ୍ରୁଘ୍ନଙ୍କ ବାଡିରୁ କେହି ଗୋଟିଏ କୋବି କାଟି ନେଇଯାଇଥିବା ବେଳେ, ମା' ସୁଭଦ୍ରାଙ୍କ ଉପରେ ସନ୍ଦେହ କରି ପାଟିତୁଣ୍ଡ କରିବା ପରେ ବୁଧବାର ଏବଂ ଗୁରୁବାର ୨ ଦିନ ଧରି ମାର ଧର କରିଥିଲେ ।  ଶୁକ୍ରବାର ପୁଣି ପାଟି ତୁଣ୍ଡ କରି ମା' ଙ୍କୁ ଘରୁ ଘୋଷାଡି ଆଣି ତାଙ୍କ ହାତ ଗୋଡ ବାନ୍ଧି ବାହାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପକାଇଥିଲେ ନିଷ୍ଠୁର ପୁଅ ଶତୃଘ୍ନ ।  
ଏହି ଅମାନବୀୟ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ ସୁଭଦ୍ରାଙ୍କୁ ମୁକୁଳାଇବା ସହିତ ପୋଲିସକୁ ଖବର ଦେଇଥିଲେ । ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ତେବେ ଡାକ୍ତରଖାନାରେ ଶାଶୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ଉଦ୍ଧତ ବୋହୂ । ଏହା ଦେଖି ଡାକ୍ତରଖାନାର ନର୍ସ ଏବଂ କର୍ମଚାରୀ ପ୍ରତିବାଦ କରିବା ସହ ପୋଲିସକୁ ଜଣାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

son-tied-Mother-in electric pole and beaten up- police-arrested-son | Argus English