ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ୍ ନେତା

Key Points
- ପୁଣି ତାଜା ହେଲା ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲା
- ନ୍ୟାୟ ପାଇଁ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ପରିବାର ପକ୍ଷରୁ ଗୁହାରି
- କୋର୍ଟର ଦ୍ବାରସ୍ତ ହେଲେ ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ମୃତ ସ୍ମିତାରାଣୀଙ୍କ ସ୍ବାମୀ
- ଏବେବି ରହସ୍ୟ ଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ
- ଆଉ ଏବେବି ମନେ ପକାଇଦେଉଛି ଧର୍ମଶାଳାର ରଙ୍ଗଶାଳା
- ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ ନେତା
- ସାଧାରଣରେ ଚର୍ଚ୍ଚା, ଖୋଲିବ କି ସ୍ମିତାରାଣୀ ବିଶ୍ବାଳ ରହସ୍ୟଜନକ ମୃତ୍ୟର ରହସ୍ୟ ?
ଅର୍ଗସ ବ୍ୟୁରୋ: ୨୦୧୯ ସେପ୍ଟେମ୍ବର ୧୬ ତାରିଖ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସାମ୍ନାକୁ ଆସିଥିଲା ବିଜେଡି ସରକାରରେ ଥିବା ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରାଙ୍କ ସଂପୃକ୍ତି । ଆଉ ତାହା ସହ ସେତେବେଳର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଅନେକ ନେତାଙ୍କ ସମ୍ପୃକ୍ତି ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଠି ହୋଇଥିଲା ।
ଆଉ ପ୍ରଣବଙ୍କ ଖାସ୍ ସହଯୋଗୀ ରୂପେଶଙ୍କୁ ପ୍ରଣବ ବଳବନ୍ତରାୟ ଘଣ୍ଟ ଘୋଡାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ସେତେବେଳେର ଘଟଣା ଉପରେ ପ୍ରକୃତ ସତ୍ୟ ପଦାକୁ ଆସିନଥିବା ବେଳେ ଏବେ ସ୍ଵାମୀଙ୍କ କୋର୍ଟଙ୍କ ଦ୍ବାରସ୍ତ ସ୍ମିତାରାଣୀ ଫାଇଲ ଖୋଲିବ କି ନାହିଁ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସ୍ମିତାରାଣି ହତ୍ୟା ଘଟଣାକୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବେଳେ ନ୍ୟାୟ ଅପେକ୍ଷାରେ ଥିବା ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବାରମ୍ବାର ସ୍ଵାମୀ ସୁଶିଲ ବିଶ୍ଵାଳ ଧର୍ମଶାଳା ବିଡିଓଙ୍କୁ ସ୍ମିତାରାଣୀଙ୍କ ମୃତ୍ୟୁପରେ ସରକାରୀ ଅନୁଦାନ ପାଇବା ପାଇଁ ଦୌଡି ଦୌଡି ନୟାନ୍ତ ହେବାପରେ କେହି ବି କର୍ଣ୍ଣପାତ କଲେ ନାହଁ। ତେଣୁ ନିଜ ଝିଅର ହକ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ସ୍ବାମୀ ।
📱 Get Argus News App
✨ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିଲା ଚର୍ଚ୍ଚିତ ରଙ୍ଗଶାଳା । ଆଉ ସେତେବେଳେ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ରାସ୍ତାକୁ ଓହ୍ଲାଇଥିଲେ ଖୋଦ୍ ସେତେବେଳର ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଘଟଣାକୁ ଦୀର୍ଘ ୫ ବର୍ଷ ବିତିଥିବା ବେଳେ ସ୍ୱାମୀଙ୍କ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପୁଣିଥରେ ସ୍ମିତାରାଣି ହତ୍ୟା ଘଟଣାର ଫାଇଲ ରି-ଓପନ୍ ହେବ କି ଏହା ଉପରେ ପ୍ରଶ୍ନ ଉଠାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...