|
logo
Live

Argus News - କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ଦ୍ଵାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha

କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ଦ୍ଵାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Smruti Parija
Browse all articles by Smruti Parija
·2 years ago·1 min read
କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ଦ୍ଵାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଉଦ୍ୟାନ କୃଷିମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭୁନେଶ୍ବର ସ୍ଥିତ ଆଂଚଳିକ କେନ୍ଦ୍ର ଠାରେ ଅନୁଷ୍ଠିତ  ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜାତୀୟ ଧାନ ଗବେଷଣା ସଂସ୍ଥାନ କଟକର ନିର୍ଦେଶକ ଡକ୍ଟର ଅମରେଶ ନାୟକ ଯୋଗ ଦେଇ ଆଇ .ଆଇ. ଏଚ. ଆର୍ ବେଙ୍ଗାଳୁରୁ ଦ୍ଵାରା ବିକଶିତ ପନିପରିବା ବିହନ ଓ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ହୋଇପାରିଛି ତେଣୁ ଚାଷୀ ମାନେ ଏହି ଜ୍ଞାନ କୌଶଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।

କେନ୍ଦ୍ରୀୟ ଉଦ୍ୟାନ ପରିକ୍ଷଣ କେନ୍ଦ୍ର ଭୁବନେଶ୍ୱର ର ମୁଖ୍ୟ ଡକ୍ଟର ଗୋବିନ୍ଦ ଆଚାର୍ଯ୍ୟ ଙ୍କ  ସଭାପତିତ୍ବରେ ଅନୁଷ୍ଟିତ ଅନୁସୂଚିତ ଜାତି ଚାଷୀ  ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବେଙ୍ଗାଳୁରୁ ର ପ୍ରଧାନ ବୈଜ୍ଞାନିକ ଡକ୍ଟର ସେନ୍ଥିଲ କୁମାର ଯୋଗଦେଇ ଉଦ୍ୟାନ କୃଷିରେ ହେଉଥିବା ଲାଭ  ସମ୍ପର୍କ ରେ ବୁଝାଇ ଥିଲେ ।

ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡକ୍ଟର ପି ଶ୍ରୀନିବାସ, ବୈଜ୍ଞାନିକ ଡକ୍ଟର ସତ୍ୟପ୍ରିୟ ସିଂ, ଡକ୍ଟର ଏ ଭି ଭି କୌଣ୍ଡନ୍ୟ,ବରିଷ୍ଟ ବୈଜ୍ଞାନିକ  ଡକ୍ଟର ଦୀପା ସାମନ୍ତ  ଓ ବୈଷୟିକ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ ମୋନୋଜ ପଟନାୟକ ଉଦ୍ୟାନ କୃଷିର ବିଭିନ୍ନ ବିଭାଗରେ ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରିନା ପଟନାୟକ ଓ ଅରୁଣ କୁମାର ବାରିକ ସହିଯୋଗ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କାର୍ଯ୍ୟକ୍ରମରେ ଗଜପତି,ଗଞ୍ଜାମ,କଟକ,ପୁରୀ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର 250 ଜଣ ଚାଷୀ ମାନଙ୍କୁ ଚାଷ  ଉପକରଣ ପ୍ରଦାନ କରାଯାଇଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ଦ୍ଵାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ | Argus English