|
logo
Live

Argus News - ଦୁଇ ମାସର ସର୍ଚ୍ଚ ଅପରେସନ, ଜବତ ହେଲା ୨୩ଟି ଦେଶୀ ବନ୍ଧୁକ

Odisha

ଦୁଇ ମାସର ସର୍ଚ୍ଚ ଅପରେସନ, ଜବତ ହେଲା ୨୩ଟି ଦେଶୀ ବନ୍ଧୁକ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ମାସର ସର୍ଚ୍ଚ ଅପରେସନ, ଜବତ ହେଲା ୨୩ଟି ଦେଶୀ ବନ୍ଧୁକ

ଅର୍ଗସ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ । ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ପକ୍ଷରୁ ଗତ ଦୁଇ ମାସରେ ସର୍ଚ୍ଚ ଅପରେସନ କରି ଉକ୍ତ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି । ବାରିପଦା ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏସ.ପି- ଏସ୍.ସୁଶ୍ରୀ ସୂଚନା ଦେଇଛନ୍ତି । 

ଶିମିଳିପାଳ ସଂଲଗ୍ନ ଥିବା ୯ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି ୨୩ଟି ଦେଶୀବନ୍ଧୁକ ଜବତ ହୋଇଛି । ଏଥି ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେଥି ମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶିପୁର ଥାନା ଓ ଠାକୁରମୁଣ୍ଡା ଥାନା ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୁଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏନେଇ ୯ଟି ଥାନାରେ ୧୪ଗୋଟି ମାମଲା ରୁଜୁ କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି ।

Sponsored
ଦୁଇ ମାସର ସର୍ଚ୍ଚ ଅପରେସନ, ଜବତ ହେଲା ୨୩ଟି ଦେଶୀ ବନ୍ଧୁକ | Argus English