ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହି ଅଞ୍ଚଳରେ। ମୃତକ ଦୁଇଜଣ ହେଲେ ସେହି ଗ୍ରାମର ସ୍ବର୍ଗତ ଲବ ମାଝୀଙ୍କ ୬ ବର୍ଷର ଝିଅ ମାହ୍ଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ। ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।
ଖବର ପାଇ ବାରିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି। ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଖବରକୁ ନେଇ ପୁରା ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: