Videos
|
Odisha

ପୁଷ୍କରିଣୀରୁ ଦିଶୁଛି ସୁଡଙ୍ଗ, ଦେଖିବାକୁ ଲୋକଙ୍କ ଭିଡ

Smruti Parija
Browse all articles by Smruti Parija
·2 years ago·1 min read
ପୁଷ୍କରିଣୀରୁ ଦିଶୁଛି ସୁଡଙ୍ଗ, ଦେଖିବାକୁ ଲୋକଙ୍କ ଭିଡ

ପୁରୀ: ଶ୍ରୀକ୍ଷେତ୍ରର ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ବାହାରିଲା ଷୁଡଙ୍ଗ । ପାଣି ଶୁଖିଯିବା ପରେ ଠାବ ହୋଇଛି ଷୁଡଙ୍ଗ । ଯାହାକୁ ଦେଖିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଭିଡ ଜମିଛି । 

କାଲି ସକାଳେ ଗାଧୋଇବାବେଳେ କିଛି ନଥିଲା । ହେଲେ ଆଜି ଆସି ଦେଖିଲା ବେଳକୁ 2 ରୁ 3 ଟି ପାହାଚ ଶୁଖି ଯାଇଥିଲା । ଆଉ ପାହାଚ ଶୁଖିବା ପରେ ନାଳ ଭଳି କିଛି ଦିଶିଲା । ଆଉ ଧିରେ ଧିରେ ଖୋଳିବା ପରେ ଲମ୍ବା ଷୁଡଙ୍ଗ ଭଳି ଦିଶୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । 

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ପ୍ରାଚୀନତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ । ଯେଉଁ ପୁଷ୍କରିଣୀରୁ ଦିଶୁଛି ସୁଡଙ୍ଗ । ସୁଡ଼ଙ୍ଗ ପ୍ରାୟ ଏହି ନାଳଟି ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି । ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପାଣି ଶୁଖିଯିବା ପରେ ଦେଖାଯାଉଛି ଏହି ସୁଡ଼ଙ୍ଗ ସଦୃଶ ନାଳ । ଯାହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେହି କେହି କହୁଛନ୍ତି ଯେ ଏହି ପୋଖରୀରେ ଅନେକ ଐତିହ ଲୁଚି ରହିଛି । ସେପଟେ ଏନେଇ ପଣ୍ଡିତ ହରିଶଙ୍କର ମିଶ୍ର କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବହୁତ୍ ପୂର୍ବରୁ ମୂଷା ନଇକୁ ସଯୋଗୀକରଣ ନାଳ ସବୁ କରାଯାଇଥିଲା । ଏହା ତାରି ଅନ୍ତର୍ଭୁକ୍ତ । ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ସମାନ ମତ ଦେଇଛନ୍ତି । 

ତେଵେ ସରକାର ପୁରୀର ବିକାଶ କାର୍ଯ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ  କରୁଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରୁ ପଙ୍କ କାଢି ଠାବ ହୋଇଥିବା ସୁଡଙ୍ଗ ସଦୃଶ ନଳାର ଶେଷ ପର୍ଯ୍ୟନ୍ତ ମାଟି ବାହାର କଲେ ଅନେକ ଐତିହ୍ୟ ବିଷୟରେ ଜାଣିହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।
 

Shudanga came out from Indradyumna pond-in-puri | Argus English