ଆଦିବାସୀଙ୍କ ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା
·2 years ago

ଅର୍ଗସ ବ୍ୟୁରୋ: ଆଦିବାସୀଙ୍କ ଜମି ବିକ୍ରି ବିଲ ନେଇ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ମାଇନିଂ କରୁଥିବା ଶିଳ୍ପପତିଙ୍କୁ ଖୁସି କରିବା ପାଇଁ ଏ ନିଷ୍ପତି। ଶିଳ୍ପପତି ଆଦିବାସୀଙ୍କ ଜମି କିଣିଲେ ସେ ବାହାନାରେ ଅନ୍ୟ ମାନେ ମଧ୍ୟ ଜମି କିଣିଥାନ୍ତେ। ବିଧାନସଭାରେ ଏ ବିଷୟରେ ପ୍ରତିବାଦ ହୋଇଛି। ଆଗକୁ ଏକଥା ବଢିବା ଭୟରେ ସରକାର ବିଧାନସଭା ବନ୍ଦ କରିଦେଲେ।
ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଉଚିତ। କ୍ୟାବିନେଟ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠେଇଲା ମୁଖ୍ୟ ମନ୍ତ୍ରୀ ରେକମେଣ୍ଟ କାହିଁକି କଲେ ସ୍ପଷ୍ଟ କରନ୍ତୁ। ହଠାତ ବିଧାନସଭା ବନ୍ଦ କଲା ଭଳି ଅତୀତ ରେ କେବେ ହୋଇ ନାହିଁ। ମୁଖମନ୍ତ୍ରୀ ଲୋକଙ୍କୁ ସ୍ପଷ୍ଟ କରିବା କଥା କାହିଁକି ବିଧାନସଭା ବନ୍ଦ କରାଗଲା। ଆଦିବାସୀ ଙ୍କ ଜମି ବିକ୍ରି ପାଇଁ ଯେଉଁ କ୍ୟାବିନେଟ ନିଷ୍ପତି ହୋଇଥିଲା। ଏଭଳି ଭୟଙ୍କର ନିଷ୍ପତି ସରକାର ନେଲେ କିପରି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: