|
logo
Live

Argus News - ପାଣ୍ଡିଆନଙ୍କ ମିଛ ପ୍ରତିଶୃତି, ସରିଲା ଡେଡ୍ ଲାଇନ୍

Odisha

ପାଣ୍ଡିଆନଙ୍କ ମିଛ ପ୍ରତିଶୃତି, ସରିଲା ଡେଡ୍ ଲାଇନ୍

Jitendra Dash
Browse all articles by Jitendra Dash
·2 years ago·2 min read
ପାଣ୍ଡିଆନଙ୍କ ମିଛ ପ୍ରତିଶୃତି, ସରିଲା ଡେଡ୍ ଲାଇନ୍

ସରିଲା ଡେଡ୍ ଲାଇନ୍ 
ହେଲେ ସରିଲାନି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ 
ସେପଟେ ଅଧାପନ୍ତରିଆ ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଛି ସରକାରୀ ସଜବାଜ 
 

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଦିନରାତି ଚାଲିଛି କାର୍ଯ୍ୟ । ଚଳିତ ଡିସେମ୍ବର ମାସ ୧୫ ତାରିଖରେ ଏହି ପ୍ରକଳ୍ପ ସାରିବାକୁ ପ୍ରଶାସନ ବାରମ୍ବାର ପୂର୍ବରୁ କହିଥିବା ବେଳେ, ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଏପ୍ରିଲ ୨୦୨୩ରେ ଶେଷ ହେବ । ଓ ନିର୍ମାଣକାରୀ ସଂସ୍ଥା ଓବିସିସି କହିଥିଲା ଅକ୍ଟୋବର ମାସରେ ଶେଷ ହେବ । ହେଲେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ପରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ । 

ଏଠି ପ୍ରଶ୍ନ ଉଠୁଛି, ଯଦି ସରିନାହିଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ତେବେ ଲୋକାର୍ପଣ ପାଇଁ ଏତେ ତରତର କାହିଁକି ? ଆଗାମୀ ୨୦୨୪ ଜାନୁଆରୀ ୧୭ରେ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ହେବ । ଏହାର ୫ ଦିନ ପୂର୍ବରୁ ଅଧାପନ୍ତରିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ରାଜନୈତିକ ଉଦେଶ୍ୟ ନୁହେଁତ । ଏହାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟରେ ପ୍ରକଳ୍ପ ନିର୍ମାଣ ପାଇଁ ୧୯ ଟି ପୁରାତନ ମଠ ଐତିହ୍ୟ ମାଟିରେ ମିଶିଛି । ହେଲେ ତାହାର ପୁନରୁଦ୍ଧାର କାର୍ଯ୍ୟ ଏବେ ଏବେ ଆରମ୍ଭ ହୋଇଛି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପାଦଚଲା ରାସ୍ତା ନିର୍ମାଣ କରି ଲୋକାର୍ପଣ କରିବାକୁ ପ୍ରଶାସନ ଲକ୍ଷ ରଖିଥିବା ଅଭିଯୋଗ ହୋଇଛି । ପଶ୍ଚିମ ଓ ଦକ୍ଷିଣ ଦିଗରେ ପରିକ୍ରମା ପ୍ରକଳ୍ପ କାମ ଜାରି ରହିଥିବାରୁ ଯମଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ବାସୀନ୍ଦା ଓ ପର୍ଯ୍ୟଟକ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ।  ସେପଟେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଲେ ନେତା, ଅଧିକାରୀ ଓ ସରକାରଙ୍କ ପକେଟ ଗରମ ହେବ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ବୁଦ୍ଧିଜୀବି ।

ତେବେ ଏଠାରେ ପ୍ରଶ୍ନ ତରବରିଆ ଭାବରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ ରଖିଛନ୍ତି କି ରାଜ୍ୟ ସରକାର ? ନା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରି ବଡ ମାଇଲେଜ୍ ନେବାକୁ ଚାହୁଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । 
 

Sponsored
ପାଣ୍ଡିଆନଙ୍କ ମିଛ ପ୍ରତିଶୃତି, ସରିଲା ଡେଡ୍ ଲାଇନ୍ | Argus English