Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ

Odisha

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ

Smruti Parija
Browse all articles by Smruti Parija
·2 years ago·1 min read
ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ । ଏସି କନେକ୍ସନରେ ସାମାନ୍ୟ ଲୁଜ ଥିବାରୁ ସର୍ଟସର୍କିଟ ହୋଇଛି । ତେବେ ସର୍ଟସର୍କିଟ ସ୍ଥାନରେ ସ୍ପାର୍କିଙ୍ଗ ଓ ଧୂଆଁ ଦେଖି ଭକ୍ତ ସମାନ୍ୟ ଭୟଭୀତ ହୋଇଛନ୍ତି । ଶ୍ରୀମନ୍ଦିର ପାଇଁ ନିୟୋଜିତ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ୱାଭବିକ ହୋଇଛି ।

ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ ହୋଇଥିବାରୁ ପୁରୀ ଯାଇ ସମସ୍ତେ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନୂଆ ଏସି ବ୍ୟାରିକେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ । 

ଅନ୍ୟପଟେ  ନୂଆବର୍ଷରୁ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ପାନ, ଗୁଟଖା, ସହ ପଲିଥିନ ଆଦି ବ୍ୟାନ୍ ହୋଇଛି । ଶାଳିନତାପୂର୍ବକ ପୋଷାକ ପିନ୍ଧି ମହାପ୍ରଭୁଙ୍କ ଦର୍ଶନ ପାଇଁ ନିୟମ ରହିଛି ।  
ରେକର୍ଡ କଲା ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଜଗା ଦର୍ଶନ । ଅପରାହ୍ନ ସୁଦ୍ଧା 2 ଲକ୍ଷ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଭାବରେ ସ୍ୱତନ୍ତ୍ର ଶୀତତାପ ସେଡ୍ ରେ ଯାଇ ଭକ୍ତମାନେ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ନୀତିକାନ୍ତି ଶୃଙ୍ଖଳିତ ପାଇଁ ସେବାୟତ ଓ ପୁରୀବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଏସପି ବିଶାଲ୍ ସିଂହ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
short-circuit-in-new-ac-baricade-puri | Argus English