Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ

Odisha

ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶିମିଳିପାଳ ଅଭୟାରଣ୍ୟରେ  ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ

 ଅର୍ଗସ ବ୍ୟୁରୋ : ହାଡ଼ ଥରାଇ ଦେଉଛି ଜାଡ଼। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ଵାରା ରେକର୍ଡ ହୋଇଥିବା ତାପମାତ୍ରା ରିପୋର୍ଟ ପ୍ରଦାନ କରାଯାଇଛି।  ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୦ଡିଗ୍ରୀ ତାପମାତ୍ରା ଛୁଇଁଛି, ନଅଣା ୬ଡିଗ୍ରୀ, ଗୁଡୁଗୁଡିଆ ୭ଡିଗ୍ରୀ, ବରେହିପାଣି ୯ଡିଗ୍ରୀ, କିଆଝରି ୧୧ଡିଗ୍ରୀ ଏବଂ ରାମତୀର୍ଥରେ ୧୧ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। କିଛି ଦିନ ହେବ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି।

ଅଧିକ ପଢନ୍ତୁ : ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ଶିମିଳିପାଳ ଅଭୟାରଣ୍ୟର ଅନେକ ସ୍ଥାନରେ ପ୍ରବଳ ଜାଡ କାରଣରୁ ସକାଳୁ ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି।  ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ, ଲତା ମାନଙ୍କ ଉପରେ ପଡିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାର ପାତର ଭ୍ରମ ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shimilipal Sanctuary recorded a minimum temperature of 0 degrees Celsius | Argus English