|
logo
Live

Argus News -  ଓଡ଼ିଆ ପୁଅ ଶଶିଭୂଷଣଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର 

Odisha

 ଓଡ଼ିଆ ପୁଅ ଶଶିଭୂଷଣଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago
 ଓଡ଼ିଆ ପୁଅ ଶଶିଭୂଷଣଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର 

ଭୁବନେଶ୍ୱର:  ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତରେ ଭାରତୀୟ ପତାକା ଉଡାଇଲେ ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀ । ଶଶିଭୂଷଣଙ୍କ ସଫଳତାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ଶୁଭେଚ୍ଛା ଜଣାଇଛନ୍ତି ।  

ଶୁଭେଚ୍ଛା ବାର୍ତ୍ତାରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ଶଶିଭୂଷଣଙ୍କ ପରି ଯୁବ ପର୍ବତାରୋହୀଙ୍କ ଏକାଗ୍ରତା ଓ ଇଚ୍ଛାଶକ୍ତି ଯୁବବର୍ଗଙ୍କୁ ଆଗକୁ ବଢିବା ପାଇଁ ସର୍ବଦା ପ୍ରେରିତ କରିବ । ଆଗାମୀ ଦିନରେ ଆମ ରାଜ୍ୟ ଓ ଦେଶ ପାଇଁ ସେ ଆହୁରି ସଫଳତା ଆଣିବେ ବୋଲି ମୋର ବିଶ୍ୱାସ । କେନ୍ଦ୍ରମନ୍ତ୍ରୀ ଗତ ୧୫ ତାରିଖରେ ଦେବଗଡ ଜିଲ୍ଲା ଗସ୍ତରେ ଥିବା ବେଳେ ସେଠାରେ ଶଶିଭୂଷଣଙ୍କୁ ଭେଟି ଏହି ପର୍ବତାରୋହଣ ଯାତ୍ରା ପାଇଁ ସଫଳତା କାମନା କରିଥିଲେ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ଓଡ଼ିଆ ପୁଅ ଶଶିଭୂଷଣଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର  | Argus English