Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଲାଙ୍ଗିର ତେଲିଗୋଠ ପଡା ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ବିଜେପି ନେତା ଡ.ପ୍ରିୟବ୍ରତ ରଥ

Odisha

ବଲାଙ୍ଗିର ତେଲିଗୋଠ ପଡା ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ବିଜେପି ନେତା ଡ.ପ୍ରିୟବ୍ରତ ରଥ

Jitendra Dash
Browse all articles by Jitendra Dash
·2 years ago·1 min read
ବଲାଙ୍ଗିର ତେଲିଗୋଠ ପଡା ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ବିଜେପି ନେତା ଡ.ପ୍ରିୟବ୍ରତ ରଥ

ଅର୍ଗସ ବ୍ୟୁରୋ : ପୂର୍ବତନ ଜନସଂଘ, ବରିଷ୍ଠ ବିଜେପି ନେତା ତଥା ଓଡିଶା ବିଜେପିର ପ୍ରଥମ ସାଧାରଣ ସଂପାଦକ ଡ.ପ୍ରିୟବ୍ରତ ରଥଙ୍କ ପରଲୋକ । ଗତ ରାତିରେ ବଲାଙ୍ଗିର ତେଲିଗୋଠ ପଡା ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହେଇଥିଲା ।  ତେଳିଗୋଠପଡା ଘରକୁ ବନ୍ଧୁବାନ୍ଧବ,ପଡୋଶୀ ସହ ଅନେକ ମାନ୍ୟଗଣ୍ୟ ଲୋକ ଆସି ତାଙ୍କ ଶେଷ ଦର୍ଶନ କରିଛନ୍ତି । 

ପାରଳାଖେମୁଣ୍ଡିରେ ପାଠପଢା ପରେ ଭିଏସଏସ ବୂର୍ଲାରେ ଏମବିବିଏସ କରିଥିଲେ ଡ.ରଥ । ୧୯୬୪ ଛାତ୍ର ଆନ୍ଦୋଲନର ମୁଖ୍ୟ ପୁରୋଧା ଥିଲେ ଡ.ପ୍ରିୟବ୍ରତ ରଥ । ଓଡିଶା ବିଜେପିର ପ୍ରଥମ ସାଧାରଣ ସଂପାଦକ ଥିବା ଡ.ପ୍ରିୟବ୍ରତ ରଥ ଲୋଟସ ମେଗାଜିନ ପ୍ରତିଷ୍ଠା କରିଥିଲେ ଓ  ମୁଖ୍ୟ ସଂପାଦକ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୪ ଏପ୍ରିଲ ୨୦୨୦ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନକରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସାତମିନିଟ ଧରି ପ୍ରଧାନମନ୍ତ୍ରୀ ଓ ପ୍ରିୟବ୍ରତ ରଥ ଫୋନରେ କଥା ହୋଇଥିଲେ । ଡ.ପ୍ରିୟବ୍ରତ ରଥ ଜନତା ଆରଏସଏସ ଆଣ୍ଡ ଭାରତୀୟ ଜନତା ପାର୍ଟି ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି । ତାଙ୍କ  ପରଲୋକରେ ସମସ୍ତେ ମ୍ରିୟମାଣ । 

Sponsored
Senior BJP leader Dr.Priyabrat Rath breathed his last at Teligoth pada house in Balangir. | Argus English