Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା' ସମଲେଶ୍ୱରୀଙ୍କ ଦର୍ଶନ ପରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

Odisha

ମା' ସମଲେଶ୍ୱରୀଙ୍କ ଦର୍ଶନ ପରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ମା' ସମଲେଶ୍ୱରୀଙ୍କ ଦର୍ଶନ ପରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନ । କିଛି ସମୟ ପରେ ମାଆ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ । ଏହାସହ ମନ୍ଦିରରେ ସ୍ୱଚ୍ଛ ଭାରତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ରହିଛି । ପରେ କ୍ଷେତ୍ରାରାଜପୁରରେ  ନବ ନିର୍ମିତ ଶ୍ରୀରାଧାବଲ୍ଲଭ ମନ୍ଦିର ଦର୍ଶନ ସହ ପୂଜାଚ୍ଛନା ଓ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ।  ସେହିପରି ଦିନ ୩ଟାରେ ଧନକଉଡା ପଡିଆରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗଦେବେ । ସନ୍ଧ୍ୟାରେ ଅଇଠାଁପାଲିସ୍ଥିତ ପିଏଚଡି ପଡିଆରେ ପୁସ୍ତକ ମେଳାର ଉଦଘାଟନୀ ଉତ୍ସବରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Second day of Dharmendra Pradhan's visit to Sambalpur | Argus English