|
logo
Live

Argus News - SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ

Odisha

SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ

Smruti Parija
Browse all articles by Smruti Parija
·2 years ago·1 min read
SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ । ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଡା. ମହାରଣା । କିଛିଦିନ ତଳେ ସେ ୨ୟ ଥର ମସ୍ତିଷ୍କଘାତର ଶିକାର ହୋଇ କଟକର ‌ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗଲା ୨୦ ତାରିଖ ଦିନ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍‌ସିବି ଅଧୀକ୍ଷକ ତଥା ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । 

ତାଙ୍କ ଶେଷଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର କିରଣବାଳା ଭଣ୍ଡାରି, ଝିଅ ଡାକ୍ତର ରୁବି ମହରଣା, ପୁଅ ରବି ମହାରଣାଙ୍କ ସମେତ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ପ୍ରସନ୍‌ଜିତ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କଟକ ବାସେଳିସାହି ରେ ୧୯୫୫ ଏପ୍ରିଲ ୨୬ ତାରିଖରେ ଭୁବନାନନ୍ଦ ଜନ୍ମଗ୍ରହଣ କରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ | Argus English