Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସତ୍ୟଜିତ ବିମଳ ମିଶ୍ରଙ୍କ ଟିପ୍ପଣୀକୁ ସମର୍ଥନ କରୁଛି କି ବିଜେଡି ?

Odisha

ସତ୍ୟଜିତ ବିମଳ ମିଶ୍ରଙ୍କ ଟିପ୍ପଣୀକୁ ସମର୍ଥନ କରୁଛି କି ବିଜେଡି ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସତ୍ୟଜିତ ବିମଳ ମିଶ୍ରଙ୍କ ଟିପ୍ପଣୀକୁ ସମର୍ଥନ କରୁଛି କି ବିଜେଡି ?

ଅର୍ଗସ ବ୍ୟୁରୋ:  କ୍ୟାପିଟାଲ ଥାନାରେ ବିଜେପିର ଏତଲା ପରେ ସୋସିଆଲ ମିଡିଆରେ ସତ୍ୟଜିତଙ୍କ ସଫେଇ। କହୁଛନ୍ତି ମୁଁ ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ କହିନାହିଁ। କିନ୍ତୁ ଯେଉଁ ଲେଖାଶ୍ରୀ ନାମକ ମହିଳାଙ୍କ ସନ୍ଦର୍ଭରେ ସେ ଏଭଳି ଅଶାଳୀନ ମନ୍ତବ୍ୟ ସୋସିଆଲ ମିଡିଆରେ ରଖିଛନ୍ତି ଏହା ଗ୍ରହଣୀୟ କି ? ଏହା କଣ ବିଜେଡିର ମହିଳାଙ୍କୁ ସମ୍ମାନ ? ମହିଳାଙ୍କ ପ୍ରତି ସତ୍ୟଜିତଙ୍କ ଏପରି ଭାଷା ପ୍ରୟୋଗକୁ ସମର୍ଥନ କରୁଛି କି ବିଜେଡି ? ଏ ପ୍ରସଙ୍ଗରେ କାହିଁକି ଶାସକ ଦଳ ନେତାଙ୍କ ମୁହଁ ବନ୍ଦ ? ଏପରିକି ଗତକାଲିଠାରୁ ସତ୍ୟାଜିତଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲେ ବି ଏଯାଏ ପୋଲିସ ଚୁପ ବସିଛି।

ସତ୍ୟଜିତଙ୍କ ବେଳକୁ ପୋଲିସ ଚୁପ୍। କିନ୍ତୁ ସମାନ ଅଭିଯୋଗରେ ବିଜେପି ସୋସିଆଲ ମିଡିଆ ସଦସ୍ୟ ସଂଗ୍ରାମ ପାତ୍ରଙ୍କୁ ଅନୁଗୁଳରୁ ଉଠାଇ ନେଇ ଆକ୍ରୋଶମୂଳକ ଭାବେ ଏସିଏସଟି ଆଟ୍ରୋସିଟି ଆକ୍ଟରେ ମାମଲା ରୁଜ୍ଜୁ କରିଛି ସମ୍ବଲପୁର ପୋଲିସ। ଖାଲି ସେତିକି ନୁହେଁ ସଂଗ୍ରାମଙ୍କୁ ରାତି ଅଧିଆ କୋର୍ଟ ଚାଲାଣକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଏପରି ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ବିବାଦ ଘେରରେ ପୋଲିସ।ଓଡ଼ିଶା ପୋଲିସର ଏହି ଦୋହରା ମାନଦଣ୍ଡ କାହିଁକି ? ଏଠାରେ କାହିଁକି ଆଇନ ତା ବାଟରେ ଯାଉନି ? ଏଠି ପ୍ରଶ୍ନ ଆଇନ କଣ ବିରୋଧୀ ଓ ଶାସକଙ୍କ ପାଇଁ ଅଲଗା ଅଲଗା କି ? ନା ସରକାରଙ୍କୁ ସମାଲୋଚନା କରି ସତର ପୋଲ୍ ଖୋଲିଯିବାରୁ ପ୍ରତିଶୋଧ ପରାୟଣ ହୋଇଛନ୍ତି ବିଜେଡି ସରକାର ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Satyajit Bimal Mishra's remarks support or BJd? | Argus English