Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଳାଫିତା ବାନ୍ଧି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କଲେ ଅଧିକାଂଶ ସରପଞ୍ଚ

Odisha

କଳାଫିତା ବାନ୍ଧି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କଲେ ଅଧିକାଂଶ ସରପଞ୍ଚ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଳାଫିତା ବାନ୍ଧି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କଲେ ଅଧିକାଂଶ ସରପଞ୍ଚ

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ସରପଞ୍ଚଙ୍କ ବର୍ଜନ । ଅଧିକାଂଶ ସରପଞ୍ଚ ବର୍ଜନ କରିବା ସହ କଳାଫିତା ବାନ୍ଧି ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରପଞ୍ଚଙ୍କ କହିବା ମୁତାବକ, ସେମାନେ ବିକାଶକୁ ବିରୋଧ କରୁନହାନ୍ତି । ରାଜ୍ୟ ସରକାର ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ ରୂପାନ୍ତରିତ କରୁଛନ୍ତି ।

ଗ୍ରାମସଭାରେ ପାସ୍ ହୋଇଥିବା ପ୍ରକଳ୍ପ ସ୍ଥାନ ନଦେଇ ଓ ସରପଞ୍ଚଙ୍କ ବିନା ସହମତିରେ ଦଳୀୟ ନେତାଙ୍କୁ ସୁହାଇଲା ଭଳି ପ୍ରକଳ୍ପ ଗୁଡିକୁ ସ୍ଥାନ ଦେବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସରପଞ୍ଚମାନେ ଏହି ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବ୍ଲକ ୨୦ଟି ପଞ୍ଚାୟତର ୧୨ ଜଣ ସରପଞ୍ଚ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହ ମୁହଁରେ କଳା ଫିତା ବାନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sarpanch's objections of ama Odisha Naveen Odisha programme | Argus English