Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲଘୁ ଖଣିଜ ଚୋରା ଚାଲାଣ, ବ୍ରେକ୍ ଦେବାରେ ବିଫଳ ସରକାର

Odisha

ଲଘୁ ଖଣିଜ ଚୋରା ଚାଲାଣ, ବ୍ରେକ୍ ଦେବାରେ ବିଫଳ ସରକାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲଘୁ ଖଣିଜ ଚୋରା ଚାଲାଣ, ବ୍ରେକ୍ ଦେବାରେ ବିଫଳ ସରକାର

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବ୍ରେକ୍ ଦେବାରେ ସରକାର ବିଫଳ ହୋଇଛନ୍ତି । ଅସାଧୁ ସରକାରୀ କର୍ମଚାରୀଙ୍କ ମିଲିଭଗତରେ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଲୁଟ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅଞ୍ଚଳର ବଡବାଇକଳା ଗାଁର କାହ୍ନୁ ନଦୀ ଘାଟରେ ଦେଖିବାକୁ ମିଳିଛି । ଗୁରୁବାର ଦିନ ବାଲି ମାଫିଆ ମାନେ ନଦୀ ଘାଟରେ ମେସିନ ଲଗାଇ ହାଓୱା ସାହାଯ୍ୟରେ ନଦୀ ବାଲି ଚାଲାଣ କରୁଥିଲେ । ଏହା ଦେଖି ବଡବାଇକଳା ଗ୍ରାମବାସୀ ଏକତ୍ରିତ ଏହାର ବିରୋଧ କରିବା ସହ ମେସିନ ଓ ହାଇୱା ଗୁଡିକୁ ଅଟକାଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ୪ ଘଣ୍ଟା କାଳ ଅପେକ୍ଷା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଘଟଣା ସ୍ଥଳରୁ ୨ଟି ହାଇୱା ଓ ଗୋଟିଏ ଲୋଡର ମେସିନ ଜବତ କରିଥିବା ବେଳେ ଆଜି ଥାନାରେ ଗୋଟିଏ ହାଇୱା ରହିଥିଲା । ଗ୍ରାମବାସୀ ଙ୍କ କହିବା କଥା ପୂର୍ବରୁ ମଧ୍ୟ ପୋଲିସ କୁ ଅନେକ ଥର ଚୋରାଚାଲାଣ ଖବର ଦିଆଯାଇଥିଲେ ସୁଦ୍ଧା ପୋଲିସ କେବେ ହେଲେ ନଦୀଘାଟକୁ ଯାଏ ନାହିଁ କିମ୍ବା ବାଲିଚାଲାଣ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଏନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sand Smuggling, Government Fails to Put a Brake | Argus English