Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାତିଛନ୍ତି ବାଲି ମାଫିଆ, ଦିନ ରାତି ବଙ୍ଗକୁ ହେଉଛି ଚୋରା ଚାଲାଣ

Odisha

ମାତିଛନ୍ତି ବାଲି ମାଫିଆ, ଦିନ ରାତି ବଙ୍ଗକୁ ହେଉଛି ଚୋରା ଚାଲାଣ

Smruti Parija
Browse all articles by Smruti Parija
·2 years ago·2 min read
ମାତିଛନ୍ତି ବାଲି ମାଫିଆ, ଦିନ ରାତି ବଙ୍ଗକୁ ହେଉଛି ଚୋରା ଚାଲାଣ

ବାଲେଶ୍ୱର: ଭୋଗରାଇ ତହସିଲ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ଉପାନ୍ତ ଅଞ୍ଚଳର ବାଲି ଆଡିଆ ଠାରୁ ଆରମ୍ଭ କରି ସୁବର୍ଣ୍ଣରେଖା ନଦୀ ପର୍ଯ୍ୟନ୍ତ ସବୁଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି । ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ ଦିନରାତି ପଶ୍ଚିମବଙ୍ଗକୁ ଦିନ ରାତି ଚୋରା ଚାଲାଣ ହେଉଛି ବିପୁଳ ପରିମାଣର ବାଲି । ଏହାକୁ ରୋକିବା ତ ଦୂରର କଥା ରାଜସ୍ବ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ସଲାସୁତୁରାରେ ଏହି ବେଆଇନ କାରବାର ଚାଲିଛି । ଅଭିଯୋଗ ହେଲେ ପୂର୍ବ ସୂଚନା ଦେଇ କେବଳ ଲୋକଦେଖାଣିଆ ଚଢାଉ ହେଉଛି । 

ଅନ୍ୟପକ୍ଷରେ ସ୍ଥାନୀୟ ଲୋକ ପ୍ରତିବାଦ କଲେ ଜୀବନରୁ ମାରିଦେବା ଧମକ ଦେଉଛନ୍ତି ବାଲି ମାଫିଆ । ଦକ୍ଷିଣ ଭୋଗରାଇର ହଜାର ହଜାର ହେକ୍ଟର ସୁଉଚ୍ଚ ବାଲି ଆଡିଆ ଏବେ ସଫା ହେବାରେ ଲାଗିଛି ତା ସହିତ  ଜାଗା ସବୁ ବଡ଼  ବଡ଼ ପୋଖରୀରେ ପରିଣତ ହଉଛି ।  ୧୦୦ ଏକରରୁ ଉର୍ଦ୍ଧ୍ବ ଗୋଚର, ଶ୍ମଶାନ, ଗ୍ରାମ୍ୟ ଜଙ୍ଗଲ ଓ ଅନାବାଦୀ କିସମ ଜିମିରୁ ଦୁଇ ବର୍ଷ ହେଲା ବେଆଇନ ଭାବେ ଦିନରାତି ବାଲି ଖୋଳି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି ।

ଏପରିକି ସେହି ସ୍ଥାନରେ ଦୀର୍ଘ ବର୍ଷ ଧରି ଥିବା ହଜାର ହଜାର ତାଳ ଗଛ,କାଜୁ ଗଛ,ଜାମୁକୋଳି ଗଛ ଆଦି ଉପାଡ଼ି ୧୦/୧୨ ଫୁଟ ଗଭୀରର ବାଲି ଖୋଳି ବଡ ବଡ ପୋଖରୀରେ ପରିଣତ କରିଛନ୍ତି । ଏପର୍ଯ୍ୟନ୍ତ ଏଠାରୁ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବାଲି ବିକ୍ରୀ ହୋଇଥିବା ଅଭିଯୋଗ ହଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶାସନର ନାକ ତଳେ ଏହି ଅନ୍ଧାରୀ ବାଲି ବ୍ୟବସାୟ ଚାଲିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସରକାରୀ ଜମିରୁ ଚୋରି ହୋଇଥିବା ବାଲି ପରିମାଣ ନିର୍ଦ୍ଧାରଣ କରିବା ସହିତ ବାଲି ମାଫିଆମାନଙ୍କୁ ଚିହ୍ନଟ କରି ଲୁଟ୍ ହୋଇଥିବା ରାଜସ୍ବ ସେମାନଙ୍କ ଠାରୁ ଆଦାୟ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନାବକୁ ଗ୍ରାମବାସୀ ଦାବି କରିଛନ୍ତି ।

ପୁରୀରେ ବେଧଡକ ଚାଲିଛି ପକ୍ଷୀ ଶିକାର
 

Sponsored
sand-mafia-active-in-bhogarai-area | Argus English