Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ବାଲୁକାକଳା ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ

Odisha

୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ବାଲୁକାକଳା ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ବାଲୁକାକଳା ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ

ଅର୍ଗସ ବ୍ୟୁରୋ: ଆଜି କ୍ରିସମାସ ବା ବଡ଼ଦିନ। ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଚାରିଆଡ଼େ ଉତ୍ସବର ମାହୋଲ। ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ଦିନକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ରାଜ୍ୟର କୋଣ ଅନୁକୋଣରେ ଥିବା ଚର୍ଚ୍ଚ ଗୁଡ଼ିକରେ ପ୍ରଭୁ ଯୀଶୁଙ୍କ ଧରାବତରଣକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି। ଚିକିମିକି ଆଲୋକ ମାଳାରେ ଚର୍ଚ୍ଚ ଗୁଡିକୁ ସଜାଇ ସ୍ୱତନ୍ତ୍ର ଭାବେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି।

ସେପଟେ ଗିପ୍ଟ ଏ ପ୍ଲାଣ୍ଟ , ଗ୍ରୀନ ଦ ଆର୍ଥର ବାର୍ତ୍ତା ଦେଇ ବାଲୁକା କଳା ମାଧ୍ୟମରେ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଚଳିତ ଥର ବାଲୁକା କଳାରେ ସେ ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି। ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି ବାଲୁକାକଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ  ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା। କ୍ରିସମାସ ଅବସରରେ ସାଂଟାକ୍ଲଜ୍ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା ।

ବାଲୁକା କଳା ଟିରେ ସାଂଟାକ୍ଲଜ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେବାର ଦେଖାଦେଇଛି। ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ world record books of India । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Sand Artist Sudarshan Creates Sand Art Ahead Of Christmas | Argus English