Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଐତିହାସିକ ବାଲିଯାତ୍ରାରେ ଆକର୍ଷଣ ସାଜିଛି ବାଲୁକା କଳା

Odisha

ଐତିହାସିକ ବାଲିଯାତ୍ରାରେ ଆକର୍ଷଣ ସାଜିଛି ବାଲୁକା କଳା

Ritu Das
Browse all articles by Ritu Das
·2 years ago·1 min read
ଐତିହାସିକ ବାଲିଯାତ୍ରାରେ ଆକର୍ଷଣ ସାଜିଛି ବାଲୁକା କଳା

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ବୁଲିବାକୁ କାହିଁ କେଉଁଆଡୁ ଲୋକ ଧାଇଁ ଆସନ୍ତି। ମହାଦେଶର ସବୁଠାରୁ ବଡ଼ ଖୋଲା ଆକାଶ ବାଣିଜ୍ୟ ମେଳା ବୁଲି ମଜା ନେଉଛନ୍ତି ଦର୍ଶକ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ଼  । ତେବେ ଏହାକୁ ଅଧିକ ଆକର୍ଷଣ କରିଛି ବାଲୁକା କଳା ପ୍ରଦର୍ଶନ । ଦର୍ଶକଙ୍କ ମନ ମୋହିବା ପାଇଁ ବାଲିଯାତ୍ରାରେ ଝଟକୁଛି ବାଲୁକା କଳା । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ବାଲୁକା ଶିଳ୍ପ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । 300 ଟନ ବାଲିରେ ତିଆରି ହୋଇଛି ସୁନ୍ଦର ବାଲୁକା କଳା ।  35ଫୁଟ ଉଚ୍ଚ ଓ 100 ଫୁଟ ଲମ୍ବର ଏହି ବାଲୁକା କଳା ପାଖରେ ଅଟକି ସେଲଫି ନେଉଛନ୍ତି ଲୋକେ। ଏଲଇଡି ଲାଇଟରେ ଏହାକୁ ସଜା ଯାଇଥିବାରୁ ଏହା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । 
ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେଉଛି ଉତ୍କଳର ପୁରୁଣା ଗାଥାକୁ ବହନ କରୁଥିବା ଆର୍ଟ ଗ୍ୟାଲେରୀ । ଏହି ଗ୍ୟାଲେରୀ ସ୍ଥାନ ପାଇଛି ଭଳିକି ଭଳିକି 60ଟି ଫଟୋ।  ସେହିପରି ଅନ୍ୟ ଏକ ଆକର୍ଷଣ ହେଉଛି ସ୍ମୋକ ଆର୍ଟ । ଡିବି ଧୂଆଁରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ । ଯାହାକୁ ଦେଖିବା ପାଇଁ ଲାଗୁଛି ଲମ୍ବା ଲାଇନ। 8 ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଝଲସୁଛି କଟକ ସହର । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡିଆରେ ଜମୁଛି ଲୋକଙ୍କ ଭିଡ଼। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sand art is the attraction | Argus English