Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁରରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

Odisha

ସମ୍ବଲପୁରରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

Manini Pattanayak
Browse all articles by Manini Pattanayak
·2 years ago·2 min read
ସମ୍ବଲପୁରରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

ସମ୍ବଲପୁର:  ସମ୍ବଲପୁରର ଆରାଧ୍ୟଦେବୀ ମାଆ ସମଲେଇଙ୍କ ପୀଠରେ ବହୁଚର୍ଚ୍ଚିତ ପ୍ରକଳ୍ପର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଶ୍ବରୀଙ୍କ ଦର୍ଶନ କଲେ, ପ୍ରକଳ୍ପ ଲୋକାର୍ପଣ କଲେ, ବ୍ୟାଟେରୀ ଗାଡ଼ିରେ ବସି ମନ୍ଦିର ଚାରିପାଖ ବୁଲିଲେ। ଗୋଟିଏ ପଟେ ରାଜ୍ୟ ସରକାର ବାହାବଃ ନେବାକୁ ଉଦ୍ୟମ କରୁଛନ୍ତି କିନ୍ତୁ ଅନ୍ୟପଟେ ଯେଉଁମାନଙ୍କ ତ୍ୟାଗ ଓ ଉତ୍ସର୍ଗ ପାଇଁ ଏ ପ୍ରକଳ୍ପ ସମ୍ଭବ ହୋଇଛି ସେମାନେ ଅବହେଳିତ, ନିର୍ଯାତିତ। ଆଜ୍ଞା ହଁ ସମଲେଇ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ସମ୍ବଲପୁର ନୂଆଁ ଘୁନଘୁଟି ପଡ଼ାର ଏ ବିସ୍ଥାପିତଙ୍କ ଉପରେ ପୋଲିସ ଜୁଲୁମ କରିଛି। କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଉଥିବା ଲୋକଙ୍କୁ ରାତିଅଧିଆ ଉଠାଇ ନେଇଛି। ବ୍ୟାରିକେଡ୍ ଲଗାଇ ପଡ଼ାର ଲୋକଙ୍କୁ ଅଟକାଇବା ସହ ଘରେ ପଶି ଧମକ ଚମକ ଦେଇଛି। 
 
 ଘୁନଘୁଟି ପଡ଼ାରେ ରହୁଥିବା ବିସ୍ଥାପିତ ପରିବାର ଶହ ଶହ ବର୍ଷର ମାଆ ସମଲେଇଙ୍କ ସେବାରେ ଲାଗିଥିଲେ । ୨୦୨୨ରେ ପ୍ରକଳ୍ପ ଘୋଷଣା ପରେ ପଡ଼ା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଘର ଭଡ଼ା, ପରିବହନ ଖର୍ଚ୍ଚ, ସ୍ଥାୟୀ ଘର ସହ କ୍ଷତିପୂରଣ ଦେବାକୁ ସରକାର ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୪୦ ପରିବାର ସମ୍ପୂର୍ଣ୍ଣ ଭାବେ କ୍ଷତିପୂରଣ ପାଇନାହାନ୍ତି। ଏଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି । କ୍ଷତିପୂରଣ ଦାବିରେ ଗତ 10 ତାରିଖରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତିଦିନ ଧାରଣା ଦେଉଥିଲେ। ଲୋକେ ଆଶା କରିଥିଲେ ପ୍ରକଳ୍ପ ଲୋକାର୍ପଣ ପାଇଁ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ। କିନ୍ତୁ ଦାବି ଶୁଣିବା ତ ଦୂରର କଥା ପ୍ରକଳ୍ପ ଉଦଘାଟନ ପୂର୍ବରୁ ରାତି ଅଧରେ ଶତାଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ। କ୍ଷତିପୂରଣ ଓ ପୋଲିସ ଉଠାଇବା ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। 
ପ୍ରଶ୍ନ ହେଲା କ୍ଷତିପୂରଣ ନ ଦେଇ କେମିତି ହେଲା ପ୍ରକଳ୍ପ ଉଦଘାଟନ ? ଯେଉଁମାନେ କ୍ଷତିସହିଲେ ଯଦି ସେମାନେ ଅସନ୍ତୁଷ୍ଟ ତେବେ ବିକାଶ କାହାପାଇଁ ? ସବୁଠାରୁ ବଡ଼ ପ୍ରଶ୍ନ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ସ୍ବର ଚପାଇବାକୁ କାହିଁକି ହେଉଛି ଉଦ୍ୟମ ?  ଏ ନେଇ କାହିଁକି ମୁହଁ ଖୋଲୁନାହିଁ ଶାସକ ବିଜୁ ଜନତା ଦଳ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
samalei project launched in sambalpur by chief minister naveen patnaik | Argus English