ସଂକଟରେ ଜନତା, ବେଫିକର ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ରାଉରକେଲା, ସୁନ୍ଦରଗଡ଼, କଣ୍ଟାବାଞ୍ଝି । ସ୍ମାର୍ଟ ସିଟିରେ ହଇଜା, ଏବେ ଛୋଟ ସହର ଓ ଗ୍ରାମାଞ୍ଚଳରେ ବି ଝାଡ଼ାବାନ୍ତି ଆତଙ୍କ। କଣ୍ଟାବାଞ୍ଝି ଡାକ୍ତରଖାନାରେ 24 ଘଣ୍ଟା ଭିତରେ 2 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପୋଡ଼ାପଦର ଗାଁର ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ମାଝୀ । 4ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କଣ୍ଟାବାଞ୍ଝିର ବିଭିନ୍ନ ଗାଁରେ ରୋଗ ବ୍ୟାପିବାପେ ଲାଗିଛି।
ରାଉରକେଲାରେ ଏଯାଏଁ ନିୟନ୍ତ୍ରଣକୁ ଆସିନାହିଁ ହଇଜା ସ୍ଥିତି । ବେସରକାରୀ ଭାବେ 17 ଜଣଙ୍କର ମୃତ୍ୟୁ ହେଲାଣି। ଆହୁରି 50ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ୟା ଭିତରେ ସୁନ୍ଦରଗଡ଼ ସହରରେ ବି ହଇଜା ଆତଙ୍କ । ସହରର ପତ୍ରାପଡ଼ାରେ ଝାଡ଼ାବାନ୍ତିରେ ଜଣଙ୍କର ଜୀବନ ଯାଇଛି। ଖମାରୀପଡ଼ାରୁ ୨ ଜଣ ଚିକିତ୍ସିତ ହେଉଛନ୍ତି ।
ରାଉରକେଲା ହେଉକି ସୁନ୍ଦରଗଡ଼ ସବୁଠି ଲୋକଙ୍କ ଦୁର୍ଦ୍ଦଶାର କାରଣ ଦୂଷିତ ପାନୀୟ ଜଳ। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମାଳ ମାଳ ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର। ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦେଖନ୍ତୁ ଲୋକଙ୍କୁ କେମିତି ପାଣି ମିଳୁଛି। ଇବ ନଦୀର ଯେଉଁ ସ୍ଥାନରୁ ପାଣି ଉଠାଇ ସୁନ୍ଦରଗଡ଼ ସହରବାସୀଙ୍କୁ ପାନୀୟ ଜଳ ଯୋଗା ଯାଉଛି ସେ ସ୍ଥାନ ଦେଖନ୍ତୁ। କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ଦୁର୍ଗନ୍ଧ ହେଉଛି, ଏଠି ଡ୍ରେନ୍ ପାଣି ମିଶୁଛି । ଅନେକ ସ୍ଥାନରେ ପାଇପ୍ ଫାଟିଛି। ଏମିତି ପାଣି ଦେଇ ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ରାଜ୍ୟ ସରକାର।
📱 Get Argus News App
✨ବିଜେଡି ସରକାରଙ୍କ ମିଛ ପ୍ରଚାର ଓ ଅପାରଗତାର ଫଳ ହେଲା ଏକବିଂଶ ଶତାବ୍ଦୀରେ ବି ଓଡ଼ିଶାବାସୀଙ୍କ ଆଗରେ ହଇଜା ମହାମାରୀର ଆତଙ୍କ। ଗତ ଜୁନ ମାସରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ସୁନ୍ଦରଗଡ଼ର ପାନୀୟ ଜଳ ଯୋଗାଣ ସ୍ଥିତି ଦେଖିଥିଲେ। ଶୀଘ୍ର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ହୋସି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୬ ମାସ ପରେ ବି ସ୍ଥିତି ଯାହାକୁ ତାହା। କ୍ୟାମେରା ଆଗରେ ମୁହଁ ଖୋଲୁନାହାନ୍ତି ବିଭାଗୀୟ ଅଧିକାରୀ।
ଏ ଦୃଶ୍ୟ ସବୁ ଗୋଟିଏ ପଟେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାରର ଧଜ୍ଜିଆ ଉଡ଼ାଉଛି ଅନ୍ୟପଟେ ସାମ୍ନାକୁ ଆଣୁଛି 24 ବର୍ଷର ସ୍ଥିର ସରକାରର ଚରମ ବିଫଳତା ଓ ଅପାରଗତା। ରାଜ୍ୟର ବିଭିନ୍ନ ସ୍ଥାନକୁ ଝାଡ଼ାବାନ୍ତି ବ୍ୟାପୁଥିବାବେଳେ ସ୍ଥିତି ନିୟନ୍ତ୍ରଣ କରିବାରେ ଅକ୍ଷମ ରାଜ୍ୟ ସରକାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ପରେ ବି ସ୍ଥିତି ମୁକାବିଲା ପାଇଁ କାହିଁକି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଉହାନାନ୍ତି ସରକାର ତାହା ସବୁଠାରୁ ବଡ଼ ପ୍ରଶ୍ନ। ଅନ୍ୟପଟେ ବିଜେଡି ସରକାର ନା ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି ନା କେନ୍ଦ୍ର ସରକାରଙ୍କ ହର ଘର ଜଳ ଯୋଜନା ଆପଣାଉଛନ୍ତି। ଯାହା ଫଳରେ ବିପଦରେ ପଡୁଛି ରାଜ୍ୟବାସୀଙ୍କ ଜୀବନ।
ଆହୁରି ପଢନ୍ତୁ ଓଡିଶା ଖବର...
