Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ତ୍ତ ବିଭାଗ ସାଜିଛି ନୀରବଦ୍ରଷ୍ଟା, ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା

Odisha

ପୂର୍ତ୍ତ ବିଭାଗ ସାଜିଛି ନୀରବଦ୍ରଷ୍ଟା, ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୂର୍ତ୍ତ ବିଭାଗ ସାଜିଛି ନୀରବଦ୍ରଷ୍ଟା, ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା

ଅର୍ଗସ ବ୍ୟୁରୋ:  କନ୍ଧମାଳ ଜିଲ୍ଲାର 5 ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା । କନ୍ଧମାଳ ଜିଲ୍ଲାର ପ୍ରମୁଖ ରାଜ୍ୟ ରାଜପଥ। ବାଲିଗୁଡ଼ା ପୂର୍ତ୍ତ ବିଭାଗ ଅଧିନରେ ଥିବା ତୁମୁଡ଼ିବନ୍ଧ ଆମ୍ବେଦକର ଛକ ରୁ ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତି ଦୁର୍ଗାପାଙ୍ଗା ପର୍ଯ୍ୟନ୍ତ 38 କିଲୋମିଟର ରାସ୍ତା ଉପରେ ପ୍ରତ୍ୟେକ ଦିନ ଶତାଧିକ ଗାଡ଼ି ମୋଟର ଚଳାଚଳ ହୁଏ। ହେଲେ ଏହି ରାସ୍ତା ରେ ମେଟାଲ ଓ ପିଚୁ ଉଠିବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏହି ପୂର୍ତ୍ତ ବିଭାଗ ରାସ୍ତା ରେ ଆବଶ୍ୟକ ଠାରୁ ଢେର ଅଧିକ ଯାନବାହାନ ଚଳାଚଳ କରୁଛି। ହେଲେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ତଳି ପକା କାମ ସାରି 5 ନମ୍ବର ରାଜ୍ୟ ରାଜପଥ କୁ ଛାଡ଼ି ଦେଇଛି।

ତୁମୁଡ଼ିବନ୍ଧ ଓ କୋଟଗଡ଼ ଦୁଇ ବ୍ଲକ ସଦର ମହକୁମା ହୋଇଥିବା ବେଳେ ମୁଖ୍ୟ ବଜାର ବି ରହିଛି। ଏହି ରାସ୍ତା ଟି କନ୍ଧମାଳ ଜିଲ୍ଲାର ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତୀ ହୋଇଥିବା ବେଳେ ଗୋପାଳପୁର - ରାୟପୁର 59 ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଛି। ଏହି ରାସ୍ତା ରେ ପଡ଼ୋଶୀ ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡି ଜିଲ୍ଲା ସମେତ କୋଟଗଡ଼ ବ୍ଲକ ର 15 ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ଆମେ ଏ ସମସ୍ୟା ନେଇ ବାଲିଗୁଡ଼ା ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଙ୍କୁ ଭେଟିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଧାରୁ ଅଧିକ ସମୟ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହୁଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road problems in kandhamal | Argus English