Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୫୦ବର୍ଷର ଗାଁକୁ ନାହିଁ ରାସ୍ତା, ନାଳ ଉପରେ ଗ୍ରାମବାସୀଙ୍କ ଭରସା

Odisha

୫୦ବର୍ଷର ଗାଁକୁ ନାହିଁ ରାସ୍ତା, ନାଳ ଉପରେ ଗ୍ରାମବାସୀଙ୍କ ଭରସା

Smruti Parija
Browse all articles by Smruti Parija
·2 years ago·2 min read
୫୦ବର୍ଷର ଗାଁକୁ ନାହିଁ ରାସ୍ତା, ନାଳ ଉପରେ ଗ୍ରାମବାସୀଙ୍କ ଭରସା

ବଡମ୍ବା: ଠକିଦେଲେ ବଡମ୍ବା ବିଧାୟକ ଦେବୀ ମିଶ୍ର । ଏଥର ଗାଁକୁ ଆସିଲେ ଶୁଣାଇଦେବୁ ଭୋଟ ବର୍ଜନ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ । ଗାଁରେ ୨୦ ରୁ ଉର୍ଦ୍ଧ୍ବ ପରିବାର ୫୦ବର୍ଷ ହେବ ବାସ କରନ୍ତି । ଶବର ସାହି ଗାଁକୁ ଆସିବାକୁ ରାସ୍ତା ଖଣ୍ଡେ ନାହିଁ । ଏହି ନାଳ ରାସ୍ତାରେ ଯିବା ଆସିବା କରନ୍ତି ଗ୍ରାମବାସୀ । ବର୍ଷା ଦିନରେ ଏହି ରାସ୍ତାରେ ୫ ଫୁଟ୍ ଉଚ୍ଚରେ ପାଣି ଚାଲେ । ସେତେବେଳେ ଅଣ୍ଟାଏ ପାଣିରେ ପଶି ଲୋକେ ଯା ଆସ କରନ୍ତି । କେବଳ ଭୋଟ ବେଳେ ବିଧାୟକ ଆସିଥାନ୍ତି । ଭୋଟ ସରିଲେ ଆମକୁ ଅଣଦେଖା କରନ୍ତି । ଗାଁକୁ ଆସିବା ପାଇଁ ଏମିତି ରାସ୍ତା । ଆମ ଗାଁ ଆମ ବିକାଶ ନାଁ ରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଆମ ଗାଁ ରାସ୍ତା ଦେଖିଲେ ବିକାଶ କେତେ ହୋଇଛି ଅନୁମେୟ ବୋଲି ଆକୁଳ କଣ୍ଠରେ କହିଛନ୍ତି ଗ୍ରାମବାସୀ । 

ଭୋଟ ସମୟ ଆସିଲେ ଭୋଟ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ଏହି ନାଳ ରାସ୍ତା ଦେଇ ଶବର ସାହି ଗାଁକୁ ଆସନ୍ତି । ୮ଦିନ ରେ ଗାଁକୁ ରାସ୍ତା ହବ ବୋଲି କହିଦେଇ ଯାଆନ୍ତି । ତାପରେ ଯଥା ପୂର୍ଵମ ତଥା ପରମ । ଆମେ ମଳିମୁଣ୍ଡିଆ ବୋଲି ଆମକୁ ଅଣଦେଖା କରାଯାଉଛି। ସ୍କୁଲ ଅଙ୍ଗନବାଡି କୁ ପିଲାଙ୍କୁ କାନ୍ଧରେ ବସାଇ ନେଉଛୁ । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ହେଉ କି ୧୦୨ ଜନନୀ ଆମ୍ବୁଲାନ୍ସ କଣ ଏମାନେ ଜାଣନ୍ତି ନାହିଁ। ଗାଁକୁ ଯିବାକୁ ରାସ୍ତା ନଥିବାରୁ ଦମକଳ ଗାଡି ମଧ୍ୟ ପହଂଚି ପାରେ ନାହିଁ। ଏଣୁ ତୁରନ୍ତ ବଡମ୍ବା ମାନପୁର କଦନା ୮ନମ୍ବର ୱାର୍ଡ ଶବର ସାହି କୁ ରାସ୍ତା ସଂଯୋଗୀକରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। 

ରାଜ୍ୟ ସରକାରଙ୍କର ବିକାଶ ଧାରାକୁ ନେଇ ଗାଁ ଗାଁରେ ସଫେଇ ଦେଉଥିବା ବଡମ୍ବା ବିଧାୟକ ଦେବୀ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀରେ ଏହିପରି ଅବସ୍ଥା ଗଣମାଧ୍ୟମରେ ଦେଖିବା  ପରେ କଣ ପଦେକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
road-problem-in-badamba-block-manpur-panchayat | Argus English