Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୋରୁବୋଝେଇ ଗାଡି ସହିତ ୬୦ଗୋରୁ ଉଦ୍ଧାର

Odisha

ଗୋରୁବୋଝେଇ ଗାଡି ସହିତ ୬୦ଗୋରୁ ଉଦ୍ଧାର

Ritu Das
Browse all articles by Ritu Das
·2 years ago
ଗୋରୁବୋଝେଇ ଗାଡି ସହିତ ୬୦ଗୋରୁ ଉଦ୍ଧାର

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ବଢି ଚାଲିଛି ଗୋଚାଲାଣ। ଗୋମାଫିଆ ମାନେ ନୂଆ ନୂଆ ଉପାୟରେ ସେମାନଙ୍କ ବେପାର ବେଧଡକ ଭାବେ ଚଲାଇଛନ୍ତି। ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ପୋଲିସକୁ ଚ୍ୟାଲେଞ୍ଜ କରି ମାଫିଆମାନେ ୧୬ନମ୍ବର ଜାତୀୟ ରାଜପଥରେ ଅନାୟାସରେ ଗୋଚାଲାଣ କରୁଛନ୍ତି। ଶୀତଦିନେ ବିଳମ୍ବିତ ରାତିରେ ଗୋଚାଲାଣ ବେଧଡକ ଭାବରେ ଚାଲିଛି। 

ଗୋରୁ ମାଫିଆ ମାନେ ଗୋରୁଗୁଡିକୁ ଗାଡିରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ ଏକ କଣ୍ଟେନରରେ ୬୦ଟି ଗୋରୁ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ଜଂକିଆ ପୋଲିସ ୧୬ନମ୍ବର ଜାତୀୟ ରାଜପଥ ସୁନେଇରୂପେଇ ଠାରେ  ଅତର୍କିତ ଚଢାଉ କରି ଗାଡିଟିକୁ ଧରିବାରେ ସଫଳ ହୋଇଛି। ପୋଲିସ ଗୋରୁ ସହିତ ଗାଡିକୁ ଜବତ କରି ଗୋରୁଗୁଡିକ ବୋଲଗଡର ଗୋଶାଳାରେ ଛଡାଯାଇଛି। ଗୋମାଫିଆ ମାନେ ଫେରାର ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rescued | Argus English