Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁର୍ଲା SNCU ବିଭାଗରେ ଚାଲିଛି ନବଜାତକର ଚିକିତ୍ସା

Odisha

ବୁର୍ଲା SNCU ବିଭାଗରେ ଚାଲିଛି ନବଜାତକର ଚିକିତ୍ସା

Smruti Parija
Browse all articles by Smruti Parija
·2 years ago·1 min read
ବୁର୍ଲା SNCU ବିଭାଗରେ ଚାଲିଛି ନବଜାତକର ଚିକିତ୍ସା

ସମ୍ବଲପୁର: ବୋଲୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ବୁର୍ଲା SNCU ବିଭାଗରେ ଭର୍ତ୍ତି କରାଯାଇଛି । ଆଜି ଶିଶୁଟିର ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଲେ ମେଡିକାଲ କର୍ତ୍ତୃପକ୍ଷ । ଏହି ଶିଶୁ ଉତ୍ତମ ଚିକିତ୍ସା ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ  ଟିମ ଗଠନ କରାଯାଇଛି । ଗତକାଲି(ମଙ୍ଗଳବାର) ଶିଶୁଟିକୁ 6 ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର କରାଯାଇଥିଲା । 

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି ।  

ହେଲେ ଏଠି ପ୍ରଶ୍ନ ଗୋଟିଏ, ଆଜି ବି କଣ ଶିଶୁକନ୍ୟାଙ୍କ ପ୍ରତି ସମାଜରେ ଏଭଳି ମନୋଭାବ ରହିଛି । ସୃଷ୍ଟିର ପ୍ରକାରଭେଦ କଣ ? ପୁରୁଷ-ନାରୀ ପରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ତେବେ କେମିତି ନିଜ ଜନ୍ମକଲା ପିଲା ପ୍ରତି ନିଷ୍ଠୁର ପାଲଟିଯାଆନ୍ତି ବାପା-ମାଆ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rescue-new-born-baby-admitted-in-burla-hospital- | Argus English