Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ଯୋଜନା କଲେ ରାଜ୍ୟ ସରକାରଙ୍କ ଖୋଲିଯିବ ଗୁମୁର !

Odisha

କେନ୍ଦ୍ର ଯୋଜନା କଲେ ରାଜ୍ୟ ସରକାରଙ୍କ ଖୋଲିଯିବ ଗୁମୁର !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କେନ୍ଦ୍ର ଯୋଜନା କଲେ ରାଜ୍ୟ ସରକାରଙ୍କ ଖୋଲିଯିବ ଗୁମୁର  !

Key Points

  • ଘରୋଇ ଶିକ୍ଷାନୁଷ୍ଠାନ ପ୍ରୀତିରେ ରାଜ୍ୟ ସରକାର
  • MOU ପରେ MOU ହେଉଛି
  • ସରକାରୀ ଶିକ୍ଷାନୁଷ୍ଠାନ ଦୟନୀୟ ହେଲାଣି

ଅର୍ଗସ ବ୍ୟୁରୋ: ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ନବୀନଙ୍କ ପ୍ରୀତି ବଢୁଛି, ହେଲେ ସରକାରୀ ଶିକ୍ଷାନୁଷ୍ଠାନର ଅବସ୍ଥା ଖରାପ । କେଉଁଠି କାନ୍ଥ ଗଳିପଡିଲାଣି ତ କେଉଁଠି ଖଣ୍ଡଖଣ୍ଡ ହୋଇ ସିମେଣ୍ଟ ଖସିଲାଣି । ରାଜ୍ୟରେ ନୂଆ ନୂଆ ଘରୋଇ ଶିକ୍ଷାନୁଷ୍ଠାନ ସହ MOU କରୁଛନ୍ତି ରାଜ୍ୟ ସରକାର । ହେଲେ ପୁରୁଣା ଶିକ୍ଷାନୁଷ୍ଠାନର ଅବସ୍ଥା ପୂରା ଶୋଚନୀୟ ହେଲାଣି । ଖାଲି ଏତିକି ନୁହେଁ ବରଂ ଶିକ୍ଷାର ବିକାଶ ଲାଗି କେନ୍ଦ୍ରୀୟ ଯୋଜନାକୁ ବି ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ସଂଘୀୟ ବ୍ୟବସ୍ଥା ଅନୁସାରେ ଯଦି କେନ୍ଦ୍ର ସରକାର କିଛି ଯୋଜନା କରୁଛନ୍ତି ତାହାଲେ ରାଜ୍ୟ ସରକାର କାର୍ଯ୍ୟକାରିତ କରିବାରେ ପଛଘୁଂଚା ଦେଉଛନ୍ତି କାହିଁକି ? କେନ୍ଦ୍ରୀୟ ଯୋଜନା ରାଜ୍ୟଠୁ ଭଲ ବୋଲି ଜାଣିଛନ୍ତି କି ରାଜ୍ୟ ସରକାର ? କାଳେ ନିଜର ଦୋଷ ଦୁର୍ବଳତା ପଦାରେ ପଡିବ ସେନେଇ ମନରେ ଡର ଅଛି କି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କିମାରୁଥିବା ବେଳେ ପ୍ରେସମିpଟ୍‌ରେ ରାଜ୍ୟ ସରକାରଙ୍କ ଗୁମର ଖୋଲିଦେଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ ।

କଥାରେ ଅଛି ଗାଁର ବିକାଶ ହେଲେ ଜିଲ୍ଲାର ବିକାଶ ହେବ । ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ଆଉ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ । କିନ୍ତୁ ୨୩ ବର୍ଷର ନବୀନ ସରକାର ରାଜ୍ୟର ବିକାଶ ନୁହେଁ ବୋଧହୁଏ ବିନାଶ ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ ନିଶ୍ଚୟ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଆଜିଯାଏଁ ଆଲୋଚନା ଚାଲିଛି କହିକହି ଯୋଜନାକୁ ଲାଗୁ କଲେ ନାହିଁ । ଫାଇଭ-ଟିକୁ ଭରସା କରି ରାଜ୍ୟ ସରକାର ଯେମିତି ଭାବରେ ବିକାଶର ଡିଣ୍ଡିମ ପିଟୁଛନ୍ତି ତାହା ବାସ୍ତବରେ କେତେ ଫଳପ୍ରଦ ସେକଥା ନକହିବା ଭଲ । କୁହାଯାଉଛି କି ନିଜର ଜିଦ ଲାଗି ଯୁବବର୍ଗଙ୍କ ବିକାଶର ଟ୍ରେଣ୍ଡକୁ ବ୍ରେକ୍‌ ଲଗାଉଛନ୍ତି ନବୀନ ସରକାର । 

ପ୍ରତି ମୁହୂର୍ତ୍ତରେ ସାଢେ ଚାରିକୋଟି ଓଡ଼ିଆ ଲୋକ ମୋ ପରିବାର ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ କାମରେ କିଛି ଭିନ୍ନତା ପରିଲକ୍ଷିତ ହେଉଛି । ଦର୍ଶକବନ୍ଧୁ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ହେବାକୁ ଆମେ ମୋଟୁରୁ ବିରୋଧ କରୁନୁ । ହେଲେ ସଂଘୀୟ ବ୍ୟବସ୍ଥା ଅନୁସାରେ କେମିତି କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁହେବ ସେହି କଥା କହୁଛୁ । କଥାରେ ଅଛି ବେଳ ଥାଉଥାଉ ସଜାଗ ହେବେ ବିପତ୍ତି ଟଳେ । ଠିକ୍‌ ସେହିପରି ଯଦି ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଲାଗୁ ହୁଅନ୍ତି ତେବେ ପ୍ରତିଟି ଓଡ଼ିଆ ଲାଭ ପାଆନ୍ତେ...ତେବେ ସମୟ କହିବ କେବେ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁଛନ୍ତି ରାଜ୍ୟ ସରକାର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର: 

Sponsored
Education Enhancement In Odisha | Argus English