|
logo
Live

Argus News - ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

Odisha

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

Jitendra Dash
Browse all articles by Jitendra Dash
·2 years ago
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ମୁନିଗୁଡା ତହସିଲ ଛକ ନିକଟରେ ଆଜି ଗୋଟିଏ ବାଇକ୍ ଚଳନ୍ତା ଅବସ୍ଥାରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା । ବାଇକ୍ ଚାଳକ ଜଣକ କୌଶଳ କ୍ରମେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କନ୍ଧମାଳ ଜିଲ୍ଲା ବଣ୍ଡାପିପିଲି ଅଞ୍ଚଳର ପିଣ୍ଟୁ ନାଗ୍ ନାମକ ଜଣେ ଜୁବକ କୌଣସି କାମରେ ମୁନିଗୁଡା ଆସିଥିବା ବେଳେ ତାଙ୍କ ହୋଣ୍ଡା ସିଡିଆର୍ ବାଇକଟି ଚଳନ୍ତା ଅବସ୍ଥାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଯୁବକ ଜଣକ କୈଶଳ କ୍ରମେ ବାଇକଟିକୁ ରାସ୍ତା ମଝିରେ ଛାଡି ଗାଡିରୁ ଓଲ୍ଲାହିଇ ପଡିଥିଲେ । ପରେ ସ୍ଥାନୀୟ ଲୋକେ ନିଆକୁ ଆୟତ୍ତ କରିଛନ୍ତି । ସଟ୍ ସର୍କିଟ ଯୋଗୁ ବାଇକରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ | Argus English