|
logo
Live

Argus News - ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି

Odisha

ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି

Smruti Parija
Browse all articles by Smruti Parija
·2 years ago·3 min read
ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି

Key Points

•    ପ୍ରାଚୀନ ମୂର୍ତ୍ତି ଫେରିବା ନେଇ ଚିଠିର ପ୍ରତ୍ୟୁତ୍ତରରେ ଜଣାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  
•    ଦିଲ୍ଲୀ କଷ୍ଟମକୁ ମୂର୍ତ୍ତି ଫେରାଇବା ପାଇଁ ପରାମର୍ଶ ଦିଆଯାଇଥିବା କହିଲେ 
•    ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
•    ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଠାବ ହୋଇଥିଲା
•    ପରୀକ୍ଷା ନିରୀକ୍ଷା କରିବା ପରି ଉକ୍ତ ପ୍ରତିମା’ଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା
•    ମୂଳ ମୂର୍ତ୍ତିର ସାମ୍ପ୍ରତିକ ଇତିହାସ ଏବଂ ପରିଚୟ ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି
•    ମା' କୋଟ୍ରାକ୍ଷୀ ମୂର୍ତ୍ତିକୁ ଉପଯୁକ୍ତ ସ୍ଥାନକୁ ଫେରାଇ ଆଣିବା ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଭାବାବେଗର ବିଷୟ ହେବା ସହ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ଦୀର୍ଘ ଦିନ ପୂର୍ବେ ଚୋରି ହୋଇଥିବା ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ପ୍ରାଚୀନ ମୂର୍ତ୍ତିକୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ । ଉକ୍ତ ମୂର୍ତ୍ତି ଫେରାଇବା ପାଇଁ ଦିଲ୍ଲୀ କଷ୍ଟମକୁ ପରାମର୍ଶ ଦିଆଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠିର ପ୍ରତ୍ୟୁତ୍ତରରେ ଅବଗତ କରାଇଛନ୍ତି ।  

ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଓଡ଼ିଶାବାସୀ ବିଶେଷ ଭାବରେ ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିକୋଣରୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)କୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା କରିବା ପରି ଉକ୍ତ ପ୍ରତିମା’ଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ଉକ୍ତ ପ୍ରତିମାଟି ନୂଆଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥବା ଜଣାପଡିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକୃତରେ ଉକ୍ତ ଦୁର୍ଲ୍ଳଭ ମୂର୍ତ୍ତିଟି ଗତ ଜାନୁଆରୀ ୧୧, ୨୦୨୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା, ଯେଉଁ ଘଟଣା ଗ୍ରାମବାସୀଙ୍କୁ ଆଘାତ ଦେଇଥିଲା । ତେବେ ମୂର୍ତ୍ତି ଫେରାଇବା ପାଇଁ ଅନେକ ଆନ୍ଦୋଳନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସତ୍ତ୍ୱେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହେବା ପରେ ଗ୍ରାମବାସୀମାନେ ଘଟଣାର ସାତ ମାସ ପରେ ମାଆଙ୍କ ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।   

ତେବେ ମୂଳ ମୂର୍ତ୍ତିର ସାମ୍ପ୍ରତିକ ଇତିହାସ ଏବଂ ଏହାର ପରିଚୟ ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମା' କୋଟ୍ରାକ୍ଷୀ ମୂର୍ତ୍ତିକୁ ଉପଯୁକ୍ତ ସ୍ଥାନକୁ ଫେରାଇ ଆଣିବା ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଭାବାବେଗର ବିଷୟ । ଏହା ତାଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ । ତେଣୁ ଉକ୍ତ ମୂର୍ତ୍ତିକୁ ଓଡ଼ିଶାକୁ ତୁରନ୍ତ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅର୍ଥ ମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ । 

ଏହାର ପତ୍ୟୁତରରେ ଅର୍ଥମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ କୋଷ୍ଟମକୁ ମୂର୍ତ୍ତି ଫେରାଇବା ପାଇଁ ପରାମର୍ଶ ଦିଆଯାଇଛି । ଠାବ ହୋଇଥିବା ମୂର୍ତ୍ତିର ଯାଞ୍ଚ ପ୍ରକ୍ରିୟା ଏବଂ ବଡଚଣା ଥାନାରେ ମନ୍ଦିରରୁ ମୂର୍ତ୍ତି ଚୋରି ନେଇ ମାମଲା ରୁଜୁ ଆଧାରରେ ସିବିଆଇସି ଓଡ଼ିଶାର ଡିଜିପିଙ୍କୁ ଜବତ ପୁରାତନ ମୂର୍ତ୍ତିର ପରିଚୟ ପାଇଁ ଉପଯୁକ୍ତ ଉପାୟ ଅବଲମ୍ବନ କରିବା ଏବଂ ଆଇନ ଅନୁସାରେ ଉକ୍ତ ପ୍ରତିମାକୁ ମନ୍ଦିରକୁ ଫେରାଇ ଆଣିବା କିମ୍ବା ପୁନଃପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିବା ଅର୍ଥ ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

Sponsored
ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି | Argus English