Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରେଞ୍ଜ ରୋଭର ଗାଡି ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ

Odisha

ରେଞ୍ଜ ରୋଭର ଗାଡି ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ରେଞ୍ଜ ରୋଭର ଗାଡି  ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ

Key Points

ଆମେ କଣ ଗରିବ ବୋଲି ଆମକୁ ମାରିଦେବ?
ତମେ ବିଧାୟିକାଙ୍କ ଭାଇ ବୋଲି କଣ ଗରିବଙ୍କୁ ଗାଡି ଚଢ଼ାଇ ମାରିଦେବ?
କେତେ ଟଙ୍କା ନେଲେ ଆମ ଭଉଣୀର ଜୀବନ ବଞ୍ଚାଇ ଦେବେ?
ପରିବାର ପୋଷୁଥିବା ଗରିବ ଝିଅକୁ ଗାଡି ଚଢ଼ାଇ ମାରି କି ଲାଭ ପାଇଲ?
କାହା ଚାପରେ ରେଞ୍ଜ ରୋଭର ଗାଡିର ନମ୍ବର ବଦଳିଲା?
ଟଙ୍କା ନେଇ ମୁହଁ ବନ୍ଦ କରିବାକୁ ଫୋନରେ ଆସୁଛି ଧମକ!

 

ଅର୍ଗସ ବ୍ୟୁରୋ : ଭାଇ ଏଠି ବାହୁନି ବାହୁନି କାନ୍ଦୁଛି। ବାରମ୍ବାର କହୁଛି ମୋ ଭଉଣୀ ଆଉ ଦୁନିଆରେ ନାହିଁ। ମୋ ଭଉଣୀକୁ ଫେରେଇଆଣ। ପୁରା ଘର କାନ୍ଦୁଛି। ଭଉଣୀ ବାରମ୍ବାର ଚେତା ବୁଡ଼ିଯାଇଛି। ଆଉ ରାଗିକି କହୁଛି ମୋ ଭଉଣୀର ଲୁହ ତୁମ ଉପରେ ନିଶ୍ଚିତ ପଡ଼ିବ। ହେ ଭଗବାନ କାହିଁକି ଏମିତି ଦୁଃଖ ଦେଲ? ଆମକୁ ଆଉ କିଏ ତାଗିଦ କରିବ? ମୋର ଯାହା ଦରକାର ମୋତେ କିଏ ଆଣିଦେବ?


ଗତ ମଙ୍ଗଳବାର ରାଜଧାନୀର ପାୱାର ହାଉସ ଛକରେ ଏକ ଦାମୀ ଗାଡ଼ି ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିଲେ। ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବତୀ ଜଣଙ୍କ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅନ୍ୟାସିପୁର ଗ୍ରାମର କୈଳାଶ ସାହୁଙ୍କ ଝିଅ ଲୋପାମୁଦ୍ରା ସାହୁ। ବୟସ ୨୪। ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଭାଇର ଦାମୀ ରେଞ୍ଜ ରୋଭର ଗାଡି ଲୋପାମୁଦ୍ରାଙ୍କୁ ଧକ୍କା  ଦେଇଥିବା ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। 


ଲୋପାମୁଦ୍ରାଙ୍କ ମୃତଦେହ ନିଜ ଗ୍ରାମରେ ପହଞ୍ଚିବାପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଗାଁ। ଏହି ଘଟଣାରେ ବରୀ ଅଞ୍ଚଳର ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋପାମୁଦ୍ରାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଚାକିରୀ କରି ପରିବାର ପୋଷୁଥିବା ଗରିବ ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ଏବେ ସ୍ତବ୍ଧ ହୋଇଯାଇଛି l ମୃତକ ଲୋପାମୁଦ୍ରା ସାହୁଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା। ରାସ୍ତାରେ କଣ ଏମିତି ଗାଡ଼ି ଚଲାଯାଏ। ବଡ଼ ଘରର ଦାମୀ ଗାଡ଼ି କଣ ଏମିତି କାହାର ନିରୀହ ଜୀବନ ନେଇପାରେ। ଏ ପ୍ରଶ୍ନ ସମସ୍ତଙ୍କୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ ଓଡିଶା ଖବର...

Sponsored
Range Rover-bike accident in Bhubaneswar | Argus English