ଦୁର୍ଘଟଣା ଦିନ ଗାଡିରେ ଥିଲେ କି ବିଶାଳ ଦାସ ? ବିଶାଳଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି କି କମିସନରେଟ୍ ପୋଲିସ ?

ଅର୍ଗସ ବ୍ୟୁରୋ: ବଡ ଗାଡି, ଛୋଟ ମନ। ଭୁବନେଶ୍ୱର ପାୱାର ହାଉସ ଛକରେ ଦୁର୍ଘଟଣା ଘଟାଇଥିବା ଦାମୀ ଗାଡି ରେଞ୍ଜରୋଭର ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କର ବୋଲି ଚର୍ଚ୍ଚା। ତାହେଲେ ଦୁର୍ଘଟଣା ଦିନ ଗାଡିରେ ଥିଲେ କି ବିଶାଳ ଦାସ ? କାହିଁକି ସିସିଟିଭି ଯାଞ୍ଚ କରୁନି ପୋଲିସ ? କାହିଁକି ତଦନ୍ତ ପରିସରଭୁକ୍ତ ହେବେନି ବିଶାଲ ? ବିଶାଳଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି କି କମିସନରେଟ୍ ପୋଲିସ ? କାରଣ ଦୁର୍ଘଟଣା ପରେ ପୋଲିସ ରିପୋର୍ଟରେ ପ୍ରଥମେ ଭୁଲ୍ ଗାଡି ନମ୍ବର ଦେଇଥିଲା। ପରେ ଭୁଲବଶଃତ ହୋଇଥିବା କହିଥିଲା ପୋଲିସ।
ବଡ ପ୍ରଶ୍ନ, କାହିଁକି ପ୍ରଥମେ ଭୁଲ୍ ଗାଡି ନମ୍ବର ଦେଇଥିଲା ପୋଲିସ ? ପ୍ରଭାବଶାଳୀ ବୋଲି ପୋଲିସ ଉପରେ ପଡୁଛି କି ଚାପ ? ଦୁର୍ଘଟଣା ପରେ କାହିଁକି ସାମ୍ନାକୁ ଆସୁନାହାଁନ୍ତି ବିଶାଲ ? ଦୁର୍ଘଟଣାରେ ମୃତ ଯାଜପୁର ବରୀ ବ୍ଲକ ଖର୍ଦ୍ଦାସାହିର ଲୋପାମୁଦ୍ରା ସାହୁଙ୍କ ପରିବାର ଦାବି ଝିଅର ତ ମୃତ୍ୟୁ ହେଲା। ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମ୍ପର୍କୀୟ ଭାଇଙ୍କ ଚିକିତ୍ସା ପାଇଁ ତ ସହାୟତା ମିଳୁ । ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ପୂର୍ବତନ ସିଆଇଏସଏଫ୍ ଯବାନ କୃଷ୍ଣଚନ୍ଦ୍ର ନାୟକ। ଯିଏ କି ଲୋପାମୁଦ୍ରାଙ୍କ ସମ୍ପର୍କୀୟ। ପୋଲିସ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋପାମୁଦ୍ରାଙ୍କ ପରିବାର।
ଅଧିକ ପଢ଼ନ୍ତୁ ଓଡିଶା ଖବର:

