ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ରଘୁନାଥ ମନ୍ଦିରରେ ଭବ୍ୟ ଆୟୋଜନ

ଅର୍ଗସ ବ୍ୟୁରୋ: ୫୦୦ ବର୍ଷର ଅପେକ୍ଷା ଅଦାଲତି ଲଢେଇ ପରେ ରାମଜନ୍ମ ଭୂମିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହୋଇପାରିଛି । ଆଉ ଏହାର ମୁଖ୍ୟ ପୁରୋଧା ଥିଲେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ତଥା ବିଶ୍ୱ ଆଜି ରାମମୟ ହୋଇପଡିଛି । ଏହି ଅବସରରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଆଠଗଡର ରଘୁନାଥ ମନ୍ଦିର କୁଲାଇଲୋ ର ରାମ ମନ୍ଦିର ମହାକାଳବସ୍ତ ଗ୍ରାମର ରାମ ମନ୍ଦିର ମଞ୍ଜାରିପଦା ଗ୍ରାମର ରାମ ମନ୍ଦିର ଏବଂ ତିଗିରିଆ ବ୍ଲକର ଅଚଳକୋଟ ପଞ୍ଚାୟତର ରଘୁନାଥ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଥିଲା।ଆଠଗଡ଼ ରଘୁନାଥ ମନ୍ଦିରକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରିବା ସହିତ ୧୦୮ ହନୁମାନ ଚାଳିଶା ରାମନାମ ଜପ କରିବା ସହିତ ବିରାଟ ଆନନ୍ଦ ବଜାରର ଆୟୋଜନ କରିବା ସହିତ ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ରହିଛି।
ସେହିପରି କୁଲାଇଲୋ ରାମ ମନ୍ଦିରରେ ୧୦୮ ହନୁମାନ ଚାଳିଶା ସହିତ ଭଜନ କୀର୍ତ୍ତନ ଏବଂ ରାତିରେ ରାମ ଅଭିଷେକ ଗୀତିନାଟ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ମହାକାଳବସ୍ତ ଗ୍ରାମରେ ୧୦୮ ହନୁମାନ ଚାଳିଶା ସହିତ ହୋମ ଯଜ୍ଞ କରିବା ସହିତ ରାତିରେ ରାମଜନ୍ମ ଗୀତିନାଟ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ମଞ୍ଜାରିପଦା ଗ୍ରାମର ଅମରେଶ୍ବର ନାଟ୍ୟ ପରିଷଦ ପକ୍ଷରୁ ୧୦୮ ହନୁମାନ ଚାଳିଶା ସହିତ ହୋମ ଯଜ୍ଞ କରିବା ସହିତ ମାନବ ରୂପରେ ରାମ ଲକ୍ଷ୍ମଣ ସୀତା ହନୁମାନଙ୍କୁ ସଜ୍ଜିତ କରାଇ ଗ୍ରାମ ପରିକ୍ରମା କରାଇ ଭଜନ କୀର୍ତ୍ତନ କରାଯାଇଥିଲା ।ସେହିପରି ତିଗିରିଆ ବ୍ଲକ ଅଚଳକୋଟ ଗ୍ରାମ ରଘୁନାଥ ଜିୟୁ ରାମଲୀଳା ନାଟ୍ୟ ପରିଷଦ ପକ୍ଷରୁ ସକାଳୁ ୧୦୮ କଳସ ଯାତ୍ରା ୧୦୮ ହନୁମାନ ଚାଳିଶା କରାଯିବା ସହିତ ସଂଧ୍ୟାରେ ରାମ ଅଭିଷେକ ଗୀତିନାଟ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କର ଆଜି ନିଜ ଜନ୍ମଭୂମି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଘର ଦାଣ୍ଡରେ ଚିତା ଝୋଟି ଦୀପ ଜଳାଇ ପୂର୍ଣ କୁମ୍ଭ ସ୍ଥାପନ କରିବା ସହିତ କଦଳୀ ଗଛ ବାନ୍ଧି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି। ସମସ୍ତଙ୍କ ମନରୁ ବାହାରି ଆସୁଛି ଜୟ ଶ୍ରୀରାମର ଧ୍ୱନି । ହଁ ଆଜ୍ଞା ସତେ ଯେମିତି ଆଜି ଠାରୁ ଆମ ଦେଶ ରାମ ରାଜ୍ୟ ରେ ପରିଣତ ହୋଇ ଯାଇଛି।ଆଉ ଏହି ପ୍ରାଣ ପ୍ରତିଷ୍ଠା କୁ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ରାମ ନାମରେ ବିଭୋର ହୋଇ ନିଜ ନିଜର ଘରେ ପ୍ରଭୁ ଶ୍ରୀରାମ ଙ୍କ ଶରଣାଗତ ହେଉଥିବା ଦେଖିବାକୁ ମିଳିଛି।ତେବେ ଆଜି ସାରା ବିଶ୍ୱକୁ ପ୍ରେମମୟ ଓ ରାମମୟ କରିବାର ସମସ୍ତ ଶ୍ରେୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି ସାଧାରଣ ଜନତା।
📱 Get Argus News App
✨ଅଖଣ୍ଡ ଭାରତ ରେ ରାମ ନାମ ରେ ବିମୋହିତ ସାରା ଭାରତ ବାସୀ।ଭାରତ ତ ନୁହେଁ ଯଦି ବିଶ୍ଵ କଥା କହିବା ତେବେ ଆମେରିକାରେ ମଧ୍ୟ ଜୟ ଶ୍ରୀରାମ ର ଧ୍ଵନି ରେ ପ୍ରକମ୍ପିତ ବାସୀ।ଭାରତ ର ପ୍ରଧାନ ସେବକ ଭାବରେ ଆମ ଦେଶ ର ପ୍ରଧାନ ମନ୍ତ୍ରୀ ଙ୍କ ଏହି ଲକ୍ଷ୍ୟ ସାଧନା କୁ ସଲାମ କଲେ ବିପକ୍ଷ ରୁ ବିରୋଧୀ ଆଉ ସପକ୍ଷ ରୁ ସନ୍ୟାସୀ। ଯାହାକୁ ନେଇ ଆଜି ଗର୍ବ ଅନୁଭବ କରୁଛନ୍ତି ଆମ ଦେଶ ର ଆବାଳ ବୃଦ୍ଧ ବନିତା।
ଅଧିକ ପଢ଼ନ୍ତୁ ଓଡିଶା ଖବର: