ସରକାରୀ ଅଫିସରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ରାଜେନ୍ଦ୍ର ଢୋଲକିଆ

ନୂଆପଡା: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କରୁଛନ୍ତି ନିଜର ମନ୍ତ୍ରୀ ପଦର ଅପବ୍ୟବହାର । ପୂର୍ବରୁ ହେଲିକପ୍ଟରକୁ ଅପବ୍ୟବହାର କରୁଥିବା ଅଭିଯୋଗ ହେଉଥିବା ବେଳେ ପୁଣି ଅଭିଯୋଗ ଆସିଛି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରେ । ଆଜି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ବିଜେପି କାର୍ଯ୍ୟାଳୟ ଠାରେ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ।
ନୂଆପଡ଼ା ଜିଲ୍ଲାପାଳ ଅଫିସ ନିକଟରେ ଥିବା ଜିଲ୍ଲା ଯୋଜନା ବୋର୍ଡ ଅଫିସରେ ଚାଲିଛି ବିଜେଡି ଦଳୀୟ କାର୍ଯ୍ୟକ୍ରମ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବାହାନା କରି ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ।
📱 Get Argus News App
✨ସଭାରେ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆ ବସିଛନ୍ତି । ସାଙ୍ଗରେ ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି , ବିଜେଡି ନେତା ଲମ୍ବୁଧର ନୀଆଲ ମଧ୍ୟ ଉପସ୍ଥିତ ଅଛନ୍ତି । ଯଦି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ହେଉଥିଲା ତାହେଲେ ଜିଲ୍ଲା ପର୍ଯ୍ୟବେକ୍ଷକ କାହିଁକି ଆସିଥିଲେ । ସେହିପରି ପାର୍ଟିର ଦଳୀୟ ନେତା ଏବଂ କର୍ମୀ କେମିତି ଯୋଗଦେଇଥିଲେ । ଯଦି ଦଳୀୟ କାର୍ଯ୍ୟକ୍ରମ କରୁଥିଲେ ତାହେଲେ କାହିଁକି ସରକାରୀ ଅଫିସରେ କରୁଥିଲେ ତାହା ବଡ଼ ପ୍ରଶ୍ନ ।
ପୁଣି ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ
ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ବିରୋଧୀ ବିକାଶକୁ ସହିନପାରି ଏଭଳି ଅଭିଯୋଗ କରୁଛି । ଏହି ଅଭିଯୋଗର ସତ୍ୟତା ନାହିଁ । ସରପଞ୍ଚମାନଙ୍କୁ ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା ବୋଲି କହିଛନ୍ତି ମନ୍ତ୍ରୀ ।